ଓଡିଶା

odisha

ETV Bharat / city

ଯୌନ ନିର୍ଯାତନା ମାମଲାରେ ବହିଷ୍କୃତ ହେଲେ ସିପାହୀ - ରାଜ୍ୟ ଆରକ୍ଷୀ ମହାନିର୍ଦେଶକ

ସିପାହୀ ବାଦଲ ବେହେରା ଯୌନ ନିର୍ଯ୍ୟାତନା ମାମଲାରେ ଦୋଷୀ ଭାରତୀୟ ସମ୍ବିଧାନର ଧାରା ୩୧୧ (୨) (ଖ) କ୍ଷମତାର ବ୍ୟବହାର ପୂର୍ବକ ନୈତିକ ସ୍ଖଳନ, ଅନୁଚିତ ଆଚରଣ, ଜନୈକ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଓ ହତ୍ୟା ଧମକ ବାରମ୍ବାର ଦେଇଆସୁଥିଲେ । ବାଦଲଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଛି । ଏହାକୁ ଡିଜିପି ରେଡ଼ ଫ୍ଲାଗ ମାମଲା ଭାବେ ବିବେଚନା କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

By

Published : Sep 5, 2019, 8:36 PM IST

ଭୁବନେଶ୍ବର: ଯୌନ ନିର୍ଯାତନା ମାମଲାରେ ଚାକିରିରୁ ବହିଷ୍କୃତ ହେଲେ ସିପାହୀ । ଏହାକୁ ଡିଜିପି ରେଡ଼ ଫ୍ଲାଗ ମାମଲା ଭାବେ ବିବେଚନା କରିଛନ୍ତି । ନବ ନିଯୁକ୍ତ ସିପାହୀ ଜନୈକ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଓ ହତ୍ୟା ଧମକ ବାରମ୍ବାର ଦେଇଆସୁଥିଲେ । ଅଗଷ୍ଟ 17 ତାରିଖରେ ଉକ୍ତ ସିପାହୀକୁ ଗିରଫ କରାଯାଇଥିଲା । ତେବେ ଆରକ୍ଷୀ ମହାନିର୍ଦେଶକ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଥିଲେ ଯାହା ଫଳରେ ଉକ୍ତ ମାମଲାକୁ 'ରେଡ଼ ଫ୍ଲାଗ' ମାମଲା ଭାବେ ବିବେଚନା କରିଛନ୍ତି।

ପି.ଏମ. ଆର - 668, ଓଡିଶା ଲୋକସେବା ଆଇନର ସି ସି ଏ ରୂଲ 1962 ର ଅଧିନିୟମ ୧୮ ଏବଂ ଭାରତୀୟ ସମ୍ବିଧାନର ଧାରା ୩୧୧ (୨) (ଖ) କ୍ଷମତାର ବ୍ୟବହାର ପୂର୍ବକ ଅଷ୍ଟମ ବାଟାଲିୟନର ନବ ନିଯୁକ୍ତ ସିପାହୀ ବାଦଲ ବେହେରାଙ୍କୁ ନୈତିକ ସ୍ଖଳନ, ଅନୁଚିତ ଆଚରଣ, ଜନୈକ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଓ ହତ୍ୟା ଧମକ ବାରମ୍ବାର ଦେଇଆସୁଥିଲେ । ଏହି ସବୁ କାରଣ ପାଇଁ ଅଗଷ୍ଟ ୧୭ ତାରିଖରେ ବାଦଲଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଛି । ପୂର୍ବରୁ ମଧ୍ୟ ବାଦଲ ବେହେରା ଗଂଜାମ ପୋଲିସ ଦ୍ବାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ ।

ସୂଚନା ଅନୁଯାୟୀ, ନବ ନିଯୁକ୍ତ ବାଦଲ ବେହେରା ଅଭିଯୋଗକାରିଣୀ ମହିଳାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଇ ଆସୁଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ମହିଳାଙ୍କୁ ହତ୍ୟା ଧମକ ଦେଉଥିଲେ । ମହିଳା ଜଣଙ୍କ ଭୟଭିତ ହୋଇ ଓ ମାନସିକ ଭାରସାମ୍ୟ ହରାଇ ଅଗଷ୍ଟ 3 ରେ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପରେ ମୃତ ମହିଳାଙ୍କ ବାପା ଗଂଜାମ ଥାନାରେ ଅଭିଯୋଗ ପରେ ଉକ୍ତ ସିପାହୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।

ତେବେ ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ବିକେ ଶର୍ମା । ଉକ୍ତ ମାମଲାକୁ 'ରେଡ଼ ଫ୍ଲାଗ' ମାମଲା ଭାବେ ବିବେଚନା କରି ତୁରନ୍ତ ତଦନ୍ତ କାର୍ଯ୍ୟ ସମାଧାନ କରିବାକୁ ଆରକ୍ଷୀ ଅଧିକ୍ଷକ ଗଂଜାମ ପୋଲିସ କୁ ନିର୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details