ଓଡିଶା

odisha

ETV Bharat / city

ଅର୍ଚ୍ଚନାର ହନିଟ୍ରାପରେ ପାଓ୍ୱାର କରିଡର, ଗୁଇନ୍ଦା ବିଭାଗର କାର୍ଯ୍ୟ ଦକ୍ଷତା ନେଇ ଉଠିଲା ପ୍ରଶ୍ନ - Archana Nag Case

ଅର୍ଚ୍ଚନା ନାଗଙ୍କ ଗୁମର ପେଡି ଖୋଲିବାପରେ ଏହାକୁ ନେଇ ଉଠୁଛି ପଡୁଛି ରାଜ୍ୟ । ଏହି ତମାମ ଘଟଣାକୁ ନେଇ ରାଜ୍ୟ ଗୁଇନ୍ଦା ପାଖରେ ଖବର ଥିଲା କି ନାହିଁ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

fasfas
fasfasfas

By

Published : Oct 15, 2022, 10:57 PM IST

ଭୁବନେଶ୍ବର: ଧିରେ ଧିରେ ସାମ୍ନାକୁ ଆସୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର । ଅର୍ଚ୍ଚନାଙ୍କ କଳା କରନାମାର କଳାକାହାଣୀ ସାମ୍ନାକୁ ଆସିବାପରେ ପୋଲିସ ହାଜତରେ ରାଜଧାନୀର ମହୁମାଛି । ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ଅନେକ ସରାକାରୀ ଅଧିକାରୀଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ ପରେ ପାଓ୍ବାର କରିଡରରେ କମ୍ପନ ସୃଷ୍ଟି ହୋଇଛି । ଅର୍ଚ୍ଚନା ନାଗଙ୍କ ସବୁ ଗୁମର ପେଡି ଖୋଲିବାପରେ ଏହାକୁ ନେଇ ଉଠୁଛି ପଡୁଛି ରାଜ୍ୟ। ନେତାଠୁ ମନ୍ତ୍ରୀ ଓ ଅଫିସର ପର୍ଯନ୍ତ ଲମ୍ବିଥିଲା ଚେର ଏହି ଲେଡି ମାୟାବୀନିଙ୍କ ମାୟାଜାଲ । ତେବେ ଏହି ତମାମ ଘଟଣାକୁ ନେଇ ରାଜ୍ୟ ଗୁଇନ୍ଦା ବିଭାଗ(State Intelligence Department) ପାଖରେ ଖବର ଥିଲା କି ନାହିଁ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗୁଇନ୍ଦା ବିଭାଗର କାର୍ଯ୍ୟ ଦକ୍ଷତା ନେଇ ଉଠିଲା ପ୍ରଶ୍ନ

ରାଜ୍ୟର ରାଜନୈତିକ ମହଲରେ କିଛି ବି ହେଲେ ଗୁଇନ୍ଦା ପାଖରେ ସମସ୍ତ ଖବର ଟିକନିକ ଥାଏ । ହେଲେ ଜଣେ ହାଇପ୍ରୋଫାଇଲ ଲେଡି କିଭଳି ବିରୋଧୀ ଶାସକ ଦଳର ନେତାଙ୍କ ଲିଙ୍କରେ ରହୁଥିଲେ ସେନଇ କାଣିଚାଏ ଖବର ଥିଲା କି ନାହିଁ ଗୁଇନ୍ଦା ପାଖରେ ସେନେଇ ପ୍ରଶ୍ନ ଉଠିଛି । କେବଳ ଏବେ ନୁହେଁ ୨୦୧୬ ମସିହାରୁ ଏଭଳି କାରନାମା ଚଳାଇ ଆସିଥିଲା ଅର୍ଚ୍ଚନା । ନାଗୁଣିର ନାଗଫାଶରେ ଗୋଟିଏ ପରେ ଗୋଟିଏ ନେତା ଓ ହେବିଓ୍ବେଟ ପଡି ଛଟପଟ ହେଉଥିବା ବେଳେ ଏ ବିଷୟରେ ଜାଣି ଶୁଣି ଚୁପ ଥିଲା ଗୁଇନ୍ଦା ବିଭାଗ ନା ଏନେଇ କୌଣସି ଖବର ନଥିଲା । ଯଦି ଏ ସମ୍ପର୍କରେ ଗୁଇନ୍ଦା ବିଭାଗ ଜାଣିଥିଲା ତେବେ କାହିଁକି ଚୁପ ରହିଥିଲା । ଏନେଇ‌ ରାଜ୍ୟ ଗୁଇନ୍ଦା ନିର୍ଦେଶକ ପାଖରେ ଖବର ପହଞ୍ଚି ଥିଲା ତ, ଖବର ପାଇବା‌ ପରେ ଅର୍ଚ୍ଚନା ବିରୋଧରେ ଅଫିସିଆଲି କଣ ପଦକ୍ଷେପ ନିଆଯାଇଥିଲା‌, ନା ଜାଣିଶୁଣି ଏ ଘଟଣାକୁ ଗୁଇନ୍ଦା ନଜାଣିବାର ବାହାନା କରିଥିଲା ତାହାକୁ ନେଇ ଆରମ୍ଭ ହୋଇଛି ଆଲୋଚନା ।

ଏହି ଘଟଣାକୁ ନେଇ କିଛି ନଜାଣିବା ରାଜ୍ୟ ଗୁଇନ୍ଦାର କାର୍ଯ୍ୟକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ । ସୁରକ୍ଷିତ ଅଛି ତ ରାଜ୍ୟର ହାଲଚାଲ। ଠିକରେ କାମ କରୁଛି ତ ରାଜ୍ୟ ଗୁଇନ୍ଦା ଵିଭାଗ। କିଛି ଦିନ ତଳେ ଗୁଇନ୍ଦା ନିର୍ଦେଶକ ସ୍ତରରେ ଅଦଳବଦଳ ହୋଇଥିଲା । ଏପରକି ପୂର୍ବତନ ଭୁବନେଶ୍ୱର ଡିସିପିଙ୍କୁ ଗୁଇନ୍ଦା ଡିଆଇଜି ଭାବେ ନିଯୁକ୍ତ ଦିଆଯାଇଛି। ଭୁବନେଶ୍ୱରର କିଛି କିଛି ବଛା ବଛା ଅଫିସର କମିଶନରେଟ ପୋଲିସର ଥାନା ଦାୟିତ୍ବରୁ ବଦଳି କରାଯାଇ ଗୁଇନ୍ଦାରେ ନିଯୁକ୍ତ କରାଯାଇଥିଲେ ମଧ୍ୟ କିପରି ଏମାନେ ଅର୍ଚ୍ଚନାର କାରନାମା ବିଷୟରେ ଜାଣିପାରିଲେ ନାହିଁ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।

ରାଜ୍ୟର ପାଓ୍ବାର‌ କରିଡରରେ ବେଧଡକ ପଶି ଅର୍ଚ୍ଚନା ବିଛାଉଥିଲା ମାୟାଜାଲ। ଏପରିକି ହାଇପ୍ରୋଫାଇଲ ବିଧାନସୌଧ ଭଳି ସ୍ଥାନକୁ ଯିବା ପାଇଁ ସୁପର କପଙ୍କ ପରମିସନ ନଚେତ ଭିଭିଆଇପି ପାସ ଦରକାର। ଏସବୁ ଅର୍ଚ୍ଚନାଙ୍କ ପାଖରେ ଥିଲା ନା ଏହି ସବୁ ନଥାଇବି ସେ ପୋଲିସର କର୍ଡନ ଭିତକରୁ ପଶି ବାଚସ୍ପତିଙ୍କ ସହ ଫଟୋ ଉଠାଇଥିଲେ, ତେବେ କାହା ସାହସରେ ସେ ଏଠାକୁ ପ୍ରବେଶ କରି ଫଟୋ ଉଠାଇଥିଲେ ସେନଇ ଉଠିଛି ବଡ ପ୍ରଶ୍ନ। ସଠିକ ଢଙ୍ଗରେ କାମ କରୁଛି ତ ରାଜ୍ୟ ଗୁଇନ୍ଦା ବିଭାଗ। ଅର୍ଚ୍ଚନା ମାମଲାରେ ଜାଣିଶୁଣି ଗୁଇନ୍ଦା ବିଭାଗ ଚୁପ ରହିଥିଲା ନା ଚୁପ ରହିବା ପଛରେ କାହାର ନିର୍ଦେଶ ରହିଥିଲା । ତାକୁ ନେଇ ପାଓ୍ବାର କରିଡରରେ ଚର୍ଚ୍ଚା ଜୋର ଧରିଛି ।

ପାଓ୍ବାର କରିଡରର ପାଓ୍ବାରଫୁଲ ବ୍ୟକ୍ତିଙ୍କ ସହ ଅର୍ଚ୍ଚନାଙ୍କ ଉଠାବସା ଓ ଭାବ । କେତେବେଳେ ହାଇସିକ୍ୟୁରିଟି ଜୋନରେ ବିଧାନସଭାକୁ ଅବାଧ ଏଣ୍ଟ୍ରି ତ ପୁଣି କେତେବେଳେ ପୋଲିସ ସେବା ଭବନ ଭଳି ସୁପର କପଙ୍କ ସହ ଫଟୋ । ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ସହ ମଧ୍ୟ ଉଠାବସାର ଫଟୋ ଭାଇରାଲ ହୋଇଛି। ବିରୋଧିଙ୍କ ଶିବିରରେ ମଧ୍ୟ ଗଣ୍ଡା ଗଣ୍ଡା ନେତାଙ୍କ ସହ ଲିଙ୍କରେ ଥିଲେ ଅର୍ଚ୍ଚନା । ଏପରିକି ଅର୍ଚ୍ଚନାଙ୍କ ଘରକୁ ଅତିଥି ହୋଇ ଆସୁଥିଲେ ତତ୍କାଳୀନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଖାଲି ତତ୍କାଳୀନ ବାଚସ୍ପତି ନୁହଁନ୍ତି ଅର୍ଚ୍ଚନାଙ୍କ ଘରକୁ ଅତିଥି ହୋଇ ଅନେକ ହେବିଓ୍ବେଟ ରାଜ ଉଆସରେ କରୁଥିଲେ ଭୋଜନ । ଯାହାର‌ ଫଟୋକୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ ଅର୍ଚ୍ଚନାଙ୍କ ସ୍ବାମୀ । ଯାହା ଭାଇରାଲ ପରେ ଏବେ ଦଳ ଦଳ ମଧ୍ୟରେ କାଦୁଆ ଫିଙ୍ଗା ଆରମ୍ଭ ହୋଇଛି ।

ABOUT THE AUTHOR

...view details