ଓଡିଶା

odisha

By

Published : Dec 18, 2021, 9:27 PM IST

ETV Bharat / city

Steel Plant In Kendrapara: ଖୁସି ବ୍ୟକ୍ତ କଲେ ଧର୍ମେନ୍ଦ୍ର

କେନ୍ଦ୍ରାପଡା ଜିଲ୍ଲାରେ ପ୍ରସ୍ତାବିତ ସର୍ବବୃହତ ଇସ୍ପାତ କାରଖାନା ଓଡିଶାର ବିକାଶରେ ନୂଆ ଅଧ୍ୟାୟ ସୃଷ୍ଟି କରିବ । ଜିଲ୍ଲାରେ ପ୍ରସ୍ତାବିତ ସର୍ବବୃହତ ଇସ୍ପାତ କାରଖାନା ଓଡିଶାର ବିକାଶରେ ନୂଆ ଅଧ୍ୟାୟ ହେବ । ଆର୍ସେଲର ମିତଲ ନିପନ ଷ୍ଟିଲ କମ୍ପାନିକୁ ଓଡିଶା ସରକାରଙ୍କ ଆବଶ୍ୟକ ଅନୁମତି ପ୍ରଦାନ ନେଇ ଖୁସିବ୍ୟକ୍ତ କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର:କେନ୍ଦ୍ରାପଡା ଜିଲ୍ଲାରେ ପ୍ରସ୍ତାବିତ ସର୍ବବୃହତ ଇସ୍ପାତ କାରଖାନା ଓଡିଶାର ବିକାଶରେ ନୂଆ ଅଧ୍ୟାୟ ସୃଷ୍ଟି କରିବ । ଜିଲ୍ଲାରେ ପ୍ରସ୍ତାବିତ ସର୍ବବୃହତ ଇସ୍ପାତ କାରଖାନା ଓଡିଶାର ବିକାଶରେ ନୂଆ ଅଧ୍ୟାୟ ହେବ । ଆର୍ସେଲର ମିତଲ ନିପନ ଷ୍ଟିଲ କମ୍ପାନିକୁ ଓଡିଶା ସରକାରଙ୍କ ଆବଶ୍ୟକ ଅନୁମତି ପ୍ରଦାନ ନେଇ ଖୁସିବ୍ୟକ୍ତ କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇସ୍ପାତ ମନ୍ତ୍ରୀ ଥିବା ସମୟରେ ବିଭିନ୍ନ ସମୟରେ ଆର୍ସେଲର ମିତଲର ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ୨୦୧୯ ଡିସେମ୍ବର ୧୪ , ପରେ ୨୦୨୦ ଫେବୃୟାରୀ ୨୫ , ୨୦୨୦ ଅଗଷ୍ଟ ୮ ଏବଂ ୨୦୨୧ ମାର୍ଚ୍ଚ ୨ ତାରିଖରେ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ କେନ୍ଦ୍ରାପଡାରେ ସର୍ବବୃହତ ଇସ୍ପାତ କାରଖାନା ନିର୍ମାଣ ପାଇଁ ଯୋଜନା ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତ କଳ୍ପନା ସାକାର ହେବ । କେନ୍ଦ୍ରାପଡାବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଦେଇଥିବା ଶିଳ୍ପାୟନ ବିକାଶର ପ୍ରତିଶ୍ରୁତି ହେବ ପୂରଣ ।

ବିଶ୍ଵ ବ୍ୟାଙ୍କର ଇଜ ଅଫ ଡୁଇଂ ବିଜନେସ ତାଲିକାରେ ଭାରତର ଉନ୍ନତ ପ୍ରଦର୍ଶନ ଦେଶରେ ବ୍ୟାପକ ପୁଞ୍ଜିନିବେଶର ପଥ ସୁଗମ ହୋଇଛି । ଇସ୍ପାତ ଏବଂ ଖଣି କ୍ଷେତ୍ରରେ ଅନେକ ସଂସ୍କାର ଦ୍ଵାରା ଓଡିଶା ଅଧିକ ଲାଭବାନ ହେବ । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଠାରେ ଅଗ୍ରଣୀ ଇସ୍ପାତ କମ୍ପାନି ଆର୍ସେଲର ମିତଲ ନିପନ ଷ୍ଟିଲ ଦ୍ଵାରା ୧.୦୨ ଲକ୍ଷ କୋଟି ଟଙ୍କାର ବୃହତ ପୁଞ୍ଜିନିବେଶରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଦେଶର ସର୍ବବୃହତ ଷ୍ଟିଲ ପ୍ଲାଟ କେନ୍ଦ୍ରାପଡା ଜିଲ୍ଲା ସମେତ ରାଜ୍ୟର ବିକାଶରେ ନୂଆ ଅଧ୍ୟାୟ ଖୋଲିବ ବୋଲି ଟ୍ଵିଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ସହ ଧର୍ମେନ୍ଦ୍ର କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲାରେ ଆର୍ସେଲର ମିତଲ ନିପନ ଷ୍ଟିଲର ୧ , ୦୨ ଲକ୍ଷ କୋଟି ଟଙ୍କାର ବୃହତ ପୁଞ୍ଜିନିବେଶ ସହ ପ୍ରସ୍ତାବିତ ବାର୍ଷିକ ୨୪ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ପାଇଁ ଓଡିଶା ସରକାର ଆବଶ୍ୟକ ଅନୁମତି ମଞ୍ଜୁର କରିଥିବା ଜାଣି ଖୁସି ହେଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତ କଳ୍ପନା ଏବଂ ଇସ୍ପାତ ନୀତି ଦ୍ଵାରା ଏହି ବୃହତ କାରଖାନା କେନ୍ଦ୍ରାପଡା ଜିଲ୍ଲା ସମେତ ରାଜ୍ୟର ବିକାଶରେ ନୂଆ ଅଧ୍ୟାୟ ଖୋଲିବ ଏବଂ ଯୁବପିଢିଙ୍କ ପାଇଁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details