ଓଡିଶା

odisha

ETV Bharat / city

ଋଣ ପାଇଁ ଚିନ୍ତା କରନ୍ତୁନି: ନିରଞ୍ଜନ

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮,୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦକୁ ସୋମବାର ଓଡ଼ିଶା ବିଧାନସଭାରେ ମଞ୍ଜୁରୀ ମିଳିଛି । ଋଣକୁ ନେଇ ଚିନ୍ତାଜନକ ସ୍ଥିତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅଧିକ ଖବର ପଢନ୍ତୁ...

ଋଣ ପାଇଁ ଚିନ୍ତା କରନ୍ତୁନି: ନିରଞ୍ଜନ
ଋଣ ପାଇଁ ଚିନ୍ତା କରନ୍ତୁନି: ନିରଞ୍ଜନ

By

Published : Nov 26, 2019, 3:46 AM IST

ଭୁବନେଶ୍ବର: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮,୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦକୁ ସୋମବାର ଓଡ଼ିଶା ବିଧାନସଭାରେ ମଞ୍ଜୁରୀ ମିଳିଛି । ରାଜ୍ୟର ଆର୍ଥିକ ସ୍ଥିତି ଓ ଋଣଭାର ନେଇ ବିରୋଧୀ ଏକାଧିକ ପ୍ରଶ୍ନ ଉଠାଇଥିଲେ ମଧ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟର ସମ୍ବଳ ସଂଗ୍ରହର ଗୋଲାପୀ ଚିତ୍ର ପ୍ରଦର୍ଶନ କରିଛନ୍ତି । ଏଥିସହ ଋଣକୁ ନେଇ ଚିନ୍ତାଜନକ ସ୍ଥିତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଅତିରିକ୍ତ ବଜେଟରେ ରାଜ୍ୟ ସରକାରଙ୍କ '୫-ଟି' ଓ 'ମୋ ସରକାର' କାର୍ଯ୍ୟକ୍ରମର ସଫଳ ରୂପାୟନ, ପୁରୀକୁ ବିଶ୍ବ ଐତିହ୍ୟ ସହରରେ ରୂପାନ୍ତରଣ, କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା, ପାନୀୟ ଜଳ ଯୋଗାଣ, ଶିକ୍ଷା ଭିତ୍ତିଭୂମି ଓ ସାମାଜିକ ନିରାପତ୍ତା ଉପରେ ମୋଟ୍ ବଜେଟର ୯୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହେବ । ସହରାଞ୍ଚଳ ବିକାଶରେ ଜାଗା ମିଶନ୍ ଓ ଅମୃତ ଯୋଜନାକୁ ଗୁରୁତ୍ବ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଋଣ ପାଇଁ ଚିନ୍ତା କରନ୍ତୁନି: ନିରଞ୍ଜନ

ରାଜ୍ୟ ସରକାରଙ୍କ 'ମମତା' ଓ 'କାଳିଆ' ଭଳି ଯୋଜନାକୁ କେନ୍ଦ୍ର ସରକାର ଅନୁକରଣ କରିଛନ୍ତି । ଏହା ରାଜ୍ୟର ଆଉ ଏକ ସଫଳତା । ସମ୍ବଳ ସଂଗ୍ରହ ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଚଳିତବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ନିଜସ୍ବ ରାଜସ୍ବ ସଂଗ୍ରହ ଗତ ବର୍ଷ ଏହି ସମୟ ମଧ୍ୟରେ ଆଦାୟ ତୁଳନାରେ ୮.୫ ପ୍ରତିଶତ ବୃଦ୍ଧି ପାଇଛି । ମୂଳ ବଜେଟ୍ ଆକଳନ ତୁଳନାରେ ନିଜସ୍ବ ରାଜସ୍ବ ବାବଦରେ ଅତିରିକ୍ତ ହଜାରେ କୋଟି ଟଙ୍କା ଆଦାୟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଋଣଭାର ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ରାଜ୍ୟର ଋଣଭାର ପୋଷଣୀୟ ସ୍ଥିତିରେ ରହିଛି ଏବଂ ଏ ବାବଦକୁ ସନ୍ଦେହର କୌଣସି ଅବକାଶ ନାହିଁ । ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରାୟ ୯ ବର୍ଷ ପରେ ଖୋଲା ବଜାରରୁ ଋଣ କରିଥିଲେ । ତା’ପରଠାରୁ ପ୍ରାୟ ପ୍ରତିବର୍ଷ ସରକାର ଖୋଲା ବଜାରରୁ ଋଣ ଆଣୁଛନ୍ତି । କିନ୍ତୁ ଏହା ଆର୍ଥିକ ସଂସ୍କାର ଓ ବଜେଟ୍ ପରିଚାଳନା ସୀମା ମଧ୍ୟରେ ରହିଛି । ଏହି ଋଣ ସମ୍ପୂର୍ଣ୍ଣ ଭାବେ ପୁଞ୍ଜି ଖର୍ଚ୍ଚ ପାଇଁ ବିନିଯୋଗ କରାଯାଇଛି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details