ଭୁବନେଶ୍ବର: ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ । 1ଲକ୍ଷ 46ହଜାର 61 କୋଟି 9ଲକ୍ଷ 32 ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ବିଲକୁ ବିଧାନସଭାରେ ଅନୁମୋଦନ ।
ତେବେ ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ଆଲୋଚନା ବେଳେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଜାତୀୟ ବିରୋଧୀ ଦଳ ସହ ବିଜେଡି ହାତ ମିଳାଇଥିବା ଦର୍ଶାଇବା ସହ ସଂସଦରେ ଗୋଟିଏ ପରେ ଗୋଟିଏ ବିଲକୁ ସମର୍ଥନ କରିଆସୁଥିବା ସେ କହିଛନ୍ତି । ଏଥିସହିତ ସରକାର ଚାଷୀଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇ ନଥିବା ଦର୍ଶାଇବା ସହ ପିଇବା ପାଣି, ଶିକ୍ଷକ, ଲୋକଙ୍କ ଧନଜୀବନ ସୁରକ୍ଷା ପ୍ରସଙ୍ଗ ଉଠାଇ ବର୍ଷିଥିଲେ ନରସିଂହ ।