ଭୁବନେଶ୍ବର: ନୂତନ ଭାବେ ଚୟନ ହୋଇଥିବା 510 ଜଣ ମେଡ଼ିକାଲ ଅଫିସରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ନବ ନିଯୁକ୍ତ ମେଡ଼ିକାଲ ଅଫିସରଙ୍କ ସହ ଆଲୋଚନା କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । ପ୍ରତ୍ୟେକ ଜୀବନ ଗୁରୁତ୍ୱପୂର୍ଣ୍ଣ, ମୁଖ୍ୟମନ୍ତ୍ରୀଙ୍କ ଏହି ଉକ୍ତିକୁ ନିଜ ଜୀବନରେ ଲାଗୁ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ରାଜନୈତିକ ଜୀବନର ଆରମ୍ଭରୁ ମୁଖ୍ୟମନ୍ତ୍ରୀ ଏହି ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି । ଖାଦ୍ୟ ସୁରକ୍ଷା ହେଉ ଅବା ବିପର୍ଯ୍ୟୟ ପରିଚାଳନା, ସବୁ କ୍ଷେତ୍ରରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ଓଡ଼ିଶା ବିଶ୍ୱକୁ ଏହି କ୍ଷେତ୍ରରେ ଦିଗଦର୍ଶନ ମଧ୍ୟ ଦେଉଛି । ସେ ଆହୁରି କହିଛନ୍ତି, ସରକାର ସ୍ବାସ୍ଥ୍ୟକ୍ଷେତ୍ରରେ ବିଶେଷ ଗୁରୁତ୍ବ ଦେଉଛନ୍ତି। ତେଣୁ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏହି ନୀତିକୁ ବ୍ରତ ଭାବେ ପାଳନ କରିବାର ଆବଶ୍ୟକତା ରହିଛି ।