ଓଡିଶା

odisha

By

Published : Aug 10, 2021, 12:11 PM IST

Updated : Aug 10, 2021, 12:24 PM IST

ETV Bharat / city

ଅଗଷ୍ଟ ୧୨ରୁ +2 ଆଡମିଶନ ପ୍ରକ୍ରିୟା, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ବଢିଲା ଯୁକ୍ତ ଦୁଇ ସିଟ୍, ଆସନ୍ତା ୧୨ରୁ ଛାତ୍ରଛାତ୍ରୀ କରିପାରିବେ ଆବେଦନ । ଏନେଇ ସାମସ୍ ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଅଧିକ ପଢନ୍ତୁ...

ଅଗଷ୍ଟ ୧୨ରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ
ଅଗଷ୍ଟ ୧୨ରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ

ଭୁବନେଶ୍ବର:ବଢିଲା ଯୁକ୍ତ ଦୁଇ ସିଟ୍, ଆସନ୍ତା ୧୨ରୁ ଛାତ୍ରଛାତ୍ରୀ କରିପାରିବେ ଆବେଦନ । ଏନେଇ ସାମସ୍ ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ସେହିପରି ରାଜ୍ୟରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସିଟ୍‌ ବୃଦ୍ଧି କରିଛନ୍ତି ସରକାର । ମୋଟ ୭୨ ହଜାର ଆବେଦନରୁ ୫୪,୯୦୦ ସିଟ୍ ବୃଦ୍ଧି ନେଇ ଅନୁମତି ମିଳିଛି । କଳାରେ ସିଟ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିବା ବେଳେ ୩୮ ଜାର ସିଟ ବୃଦ୍ଧି ପାଇଁ ଅନୁମତି ଦିଆଗଲା। ବିଜ୍ଞାନରେ ସିଟ ବୃଦ୍ଧିରେ ୨୫ ହଜାର ଆବେଦନ ରୁ ୧୩ ହଜାରକୁ ଅନୁମତି ଦିଆଗଲା। ସେହିପରି ବାଣିଜ୍ୟରେ ୪ ହଜାର ଆବେଦନ ରୁ ୩ ହଜାର ୯୦୦ କୁ ସିଟକୁ ଅନୁମତି ମିଳିଛି।

ଅଗଷ୍ଟ ୧୨ରୁ +2 ଆଡମିଶନ ପ୍ରକ୍ରିୟା, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ତେବେ କୋରୋନା ପାଇଁ କୌଣସି ଆଡ଼ମିଶନ ଫି ବୃଦ୍ଧି ହେବନି। ଏହାସହ ଯୁକ୍ତ ଦୁଇ ନାମଲେଖା ପାଇଁ ଆସନ୍ତା ୧୨ ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ହାଇ ପାୱାର କମିଟି ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ନାମଲେଖା ପରେ ୟୁଜିସି ଗାଇଡଲାଇନ ମୁତାବକ ପାଠପଢ଼ା ଆରମ୍ଭ ହେବ।ଚଳିତ ସପ୍ତାହ ସୁଦ୍ଧା ପ୍ରକାଶ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ। ପୂର୍ବରୁ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଥିବା ବେଳେ ଏହି ସପ୍ତାହ ସୁଦ୍ଧା ବାକି ଦୁଇଟି ଷ୍ଟ୍ରିମ୍ ର ଫଳ ବାହାରିବ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 10, 2021, 12:24 PM IST

ABOUT THE AUTHOR

...view details