ଭୁବନେଶ୍ବର: ଅଗଷ୍ଟ 21 ତାରିଖରୁ ଯୁକ୍ତଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସାମ୍ସ ସେଣ୍ଟର ଜରିଆରେ ଅନଲାଇନରେ ଆବେଦନ କରିହେବ । ଅଗଷ୍ଟ 21 ତାରିଖରୁ ସେପ୍ଟେମ୍ବର 4 ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।
ସେହିପରି ଚଳିତ ଥର ଆବେଦନ ଫି କମାଯାଇଛି । ଫିରେ 100 ଟଙ୍କା ହ୍ରାସ କରାଯାଇଛି । ଫଳରେ ଏବର୍ଷ ସାଧାରଣବର୍ଗ ପିଲାମାନେ 200 ଟଙ୍କା ଓ SC/ST ପିଲାଙ୍କ ପାଇଁ ଆବେଦନ ଫି 100 ଟଙ୍କା ରହିଛି ।