ଭୁବନେଶ୍ବର:ପିଜି ପାଠ୍ୟକ୍ରମରେ ଖାଲିଥିବା ସିଟ୍ ଲାଗି ଅନୁଷ୍ଠିତ ହେବ ସ୍ପଟ୍ ନାମଲେଖା । ଆସନ୍ତା ୧୭ ତାରିଖରୁ ସ୍ପଟ୍ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ସାମ୍ସ ୱେବସାଇଟ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିବେ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି ।
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ପିଜି ପାଠ୍ୟକ୍ରମରେ ଖାଲିଥିବା ସିଟ୍ ପାଇଁ ସ୍ପଟ୍ ପାଇଁ ନାମଲେଖା କରାଯିବ । ପିଜି ପାଇଁ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ସରିବା ପରେ ଅନେକ ବିଶ୍ୱବିଦ୍ୟାଳୟଗୁଡିକରେ ସିଟ୍ ଖାଲିପଡିଛି । ଏଣୁ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା 14ଟି ବିଶ୍ବବିଦ୍ୟାଳୟ ସମେତ 59ଟି ମହାବିଦ୍ୟାଳୟରେ ସ୍ପଟ୍ ନାମଲେଖା ପାଇଁ ନିୟମାବଳୀ ଜାରି କରାଯାଇଛି ।