ଓଡିଶା

odisha

ETV Bharat / city

ରାଜ୍ୟରେ 20ଟି ଜିଲ୍ଲା ବୁଲିବ ‘ସୁସ୍ଥ ହୃତପିଣ୍ଡ ସଚେତନତା ରଥ’ - ସୁସ୍ଥ ହୃତପିଣ୍ଡ ସଚେତନତା ରଥ

ଦିନକୁ ଦିନ ବଢିଚାଲିଛି ହୃଦରୋଗ । ଲୋକଙ୍କୁ ସଚେତନ କରାଇବା ଲାଗି ଏକ ଘରୋଇ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ସୁସ୍ଥ ହୃତପିଣ୍ଡ ସଚେତନତା ରଥ । ପ୍ରାୟ 3 ହଜାର କିଲୋମିଟର ବୁଲି ଲୋକଙ୍କୁ ଏନେଇ ସଚେତନତା ବାର୍ତ୍ତା ପ୍ରଦାନ କରିବ ଏହି ରଥ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Sep 19, 2019, 12:48 PM IST

ଭୁବନେଶ୍ବର: ନିଜେ ନିଜର ଡାକ୍ତର ସାଜନ୍ତୁ ଆଉ ସୁସ୍ଥ ରୁହନ୍ତୁ । ସମସ୍ତେ ହୁଅନ୍ତୁ ହାର୍ଟ ହିରୋ । ଯେମିତି କେହି ହୃଦଘାତର ଶିକାର ନ ହୁଅନ୍ତୁ । ଲୋକଙ୍କ ନିକଟରେ ଏପରି କିଛି ବାର୍ତ୍ତା ପହଞ୍ଚାଇବ ସୁସ୍ଥ ହୃତପିଣ୍ଡ ସଚେତନତା ରଥ । ରାଜ୍ୟର ପ୍ରାୟ 20ଟି ଜିଲ୍ଲା ସହ 3000 କିଲୋମିଟର ବୁଲି ବୁଲି ଅଡିଓ ଭିଜୁଆଲ ମାଧ୍ୟମରେ ଲୋକଙ୍କୁ ହୃଦଘାତ ରୋଗର ନିରାକରଣ ସମ୍ପର୍କରେ ବୁଝାଇବ ସୁସ୍ଥ ହୃତପିଣ୍ଡ ସଚେତନତା ରଥ । ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନେଇଛି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ।


ଦିନକୁ ଦିନ ବଢିଚାଲିଛି ହୃଦରୋଗ । ଏକ ଆକଳନ ଅନୁସାରେ ସାରା ବିଶ୍ଵରେ ପ୍ରତି ବର୍ଷ 1.8 ମିଲିୟନ ଲୋକ ହୃତଘାତ ବା ହାର୍ଟ ଆଟାକ ରୋଗରେ ପ୍ରାଣ ହରାଇଥାନ୍ତି । ଏହି ରୋଗରୁ ଲୋକେ କିପରି ଦୂରେଇ ରହିବେ ସେନେଇ ରାଜଧାନୀର ଏକ ଘରୋଇ ହସ୍ପିଟାଲ ପକ୍ଷରୁ ଏକ ସଚେତନତାର ଆୟୋଜନ କରାଯାଉଛି । ଗୁରୁବାର ଏହି ରଥ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ ବାହାରି ଆସନ୍ତା ସେପ୍ଟେମ୍ବର 29 ୱାଲ୍ଡ ହାର୍ଟ ଡେ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବୁଲିବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ଏହି ରଥ 13 ଦିନରେ ପାଖାପାଖି 3 ହଜାର କିଲୋମିଟର ବୁଲିବ ଓ ସାଧାରଣ ଲୋକଙ୍କୁ ହୃଦରୋଗ ବାବଦରେ ସଚେତନ କରାଇବ । ହୃଦଘାତ ହେଲେ କିଭଳି ଗାଁ ଗହଳିରେ ଥିବା ସାଧାରଣ ଲୋକେ ନିଜ ହାତରେ ଏହି ରୋଗର ପ୍ରାଥମିକ ଉପଚାର କରିପାରିବେ ସେନେଇଏ ରଥ ଲୋକଙ୍କୁ ଅବଗତ କରାଇବ। । ବଲାଙ୍ଗୀର, ସୋନପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ଗଞ୍ଜାମ ଭଳି ଆଦି 20ଟି ଜିଲ୍ଲା ଭ୍ରମଣ କରିବ ହୃତପିଣ୍ଡ ସଚେତନତା ରଥ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details