ଓଡିଶା

odisha

ETV Bharat / city

ବିଜେପି ପହଞ୍ଚାଇବ 'ମୁଁ ମହିଳା ମୁଁ ଅସୁରକ୍ଷିତ' ନାରା, ଶୁଣିବେ ସାଢେ ୨ କୋଟି ମହିଳା - MP Aparajita sarangi pressmeet

ରାଜ୍ୟରେ ମହିଳା ଅସୁରକ୍ଷିତ । 'ମୁଁ ମହିଳା ମୁଁ ଅସୁରକ୍ଷିତ' ମାଧ୍ୟମରେ ସାରା ରାଜ୍ୟର ମହିଳାଙ୍କ ପାଖରେ ପହଞ୍ଚିବ ବିଜେପି । ମହିଳା ସୁରକ୍ଷା ନେଇ ଜନସଚେତନା ସୃଷ୍ଟି କରିବ। ମୁଖ୍ୟମନ୍ତ୍ରୀ ଘରୁ ପଦାକୁ ବାହାରନ୍ତୁ ନିଜର ବୟାନ ରଖନ୍ତୁ । ମମତା ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବି କରି ଏପରି କହିଛନ୍ତି ସାଂସଦ ଅପରାଜିତା । ଅଧିକ ପଢନ୍ତୁ...

MP Aparajita sarangi pressmeet
ଅପରାଜିତାଙ୍କ ସାମ୍ବାଦିକ ସମ୍ମିଳନୀ; ରାଜ୍ୟରେ ମହିଳାଙ୍କୁ ମିଳୁନି ସମ୍ମାନ

By

Published : Oct 29, 2021, 9:16 PM IST

Updated : Oct 29, 2021, 9:41 PM IST

ଭୁବନେଶ୍ବର: ମମିତା ହତ୍ୟାକାଣ୍ଡ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଭୁବନେଶ୍ବର ସାଂସଦ ଅପରାଜିତା। ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ସାଂସଦ ଅପରାଜିତା। ଏହା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି ଅପରାଜିତା।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା କହିଛନ୍ତି ରାଜ୍ୟରେ ଦିନକୁ ଦିନ ମହିଳା ହିଂସା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଗତ ୨୧ ଦିନ ଧରି କଳାହାଣ୍ଡି ମହାଲିଙ୍ଗ କଲେଜର ଶିକ୍ଷୟତ୍ରୀ ମମିତା ହତ୍ୟାକାଣ୍ଡ ଏହାର ଜ୍ବଳନ୍ତ ନିଦର୍ଶନ ।

ବିଜେପି ପହଞ୍ଚାଇବ 'ମୁଁ ମହିଳା ମୁଁ ଅସୁରକ୍ଷିତ' ନାରା, ଶୁଣିବେ ସାଢେ ୨ କୋଟି ମହିଳା

ସାରା ରାଜ୍ଯରେ ମହିଳା ସୁରକ୍ଷା ନେଇ ବିଜେପି ଜନଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ଅପରାଜିତା । ବିଜେପି ପକ୍ଷରୁ 'ମୁଁ ମହିଳା ମୁଁ ଅସୁରକ୍ଷିତ' ନାରା ସାଢ଼େ ଦୁଇ କୋଟି ଓଡ଼ିଆ ମହିଳାଙ୍କ ପାଖରେ ପହଞ୍ଚାଇବୁ। ଦୀର୍ଘ 21 ଦିନ ହେବ ବିଭିନ୍ନ ରାଜନୈତିକ ଦଳ ଏ ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟରେ ସମସ୍ତ ଏସପି ଅଫିସ ସହିତ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଇଛନ୍ତି । ଏଥିପ୍ରତି ମୁଖ୍ୟମନ୍ତ୍ରୀ କର୍ଣ୍ଣପାତ କରୁନାହିଁନ୍ତି ।

ମମତା ହତ୍ୟାକାଣ୍ଡରେ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ଆସି ଘଟଣାର ସତ୍ୟାସତ୍ୟ ପ୍ରକାଶ କରନ୍ତୁ । ମମିତା ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ CBI ତଦନ୍ତ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି। ରାଜ୍ୟରେ ଛାୟା ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ ଘରୁ ପଦାକୁ ବାହାରି ନିଜର ବୟାନ ରଖନ୍ତୁ । ଯଦି ମୁଖ୍ୟମନ୍ତ୍ରୀ ସବୁ ଜାଣିଛନ୍ତି ତେବେ ଉତ୍ତର ନଦେଇ ଚୁପ କାହିଁକି ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ତଥ୍ୟ କହୁଛି ଓଡ଼ିଶାରେ ମହିଳା ଜନିତ ଅପରାଧ ଓ ହିଂସା ସାରା ଦେଶରେ ଦ୍ବିତୀୟ। ରାଜ୍ୟରେ ବିଗତ ଦିନରେ ପରୀ, ବେବିନା, ମାଧବୀଲତା, ପିହୁ ପରେ ଏବେ ମମିତାଙ୍କ କଥା ଉଠାଇଛନ୍ତି ଅପରାଜିତା।

ରାଜ୍ୟରେ ବିଜେପି ଶୀର୍ଷ ନେତୃତ୍ବର ନିର୍ଦ୍ଦେଶ କ୍ରମେ ମମତା ଘଟଣାର ବିଜେପି ମହିଳା ମୋର୍ଚ୍ଚାର ତିନିଜଣିଆ କମିଟି ଘଟଣାସ୍ଥଳ ପରଦର୍ଶନ କରିଛନ୍ତି। ରାଜ୍ୟରେ ମହିଳା ହିଂସାକୁ ରୋକିବାକୁ ସରକାର ବିଫଳ ହୋଇଛନ୍ତି ।

ଭୁବନେଶ୍ବରରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Oct 29, 2021, 9:41 PM IST

ABOUT THE AUTHOR

...view details