ଭୁବନେଶ୍ବର: ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଜଣେ ଓଡ଼ିଆ ଭାବରେ ଗର୍ବ ଅନୁଭବ କରିବା ସହ ଦେଶର ସମସ୍ତ ଦଳ ନିଶ୍ଚୟ ଭାବେ ଏହାକୁ ସମର୍ଥନ କରିବା ଦରକାର ବୋଲି ସେ କହିଛନ୍ତି । ଏନେଇ ନରେନ୍ଦ୍ର ମୋଦିଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।
ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ଅପରାଜିତା ଷଡ଼ଙ୍ଗୀ - ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଅପରାଜିତା ଷଡଙ୍ଗୀ ପ୍ରତିକ୍ରିୟା
ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା ହେବା ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । ମୟୂରଭଞ୍ଜର ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିଥିବାରୁ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହିତ ଦେଶର ସବୁ ଦଳ ତାଙ୍କୁ ସମର୍ଥନ କରିବା ଦରକାର ବୋଲି ସେ ମତ ରଖିଛନ୍ତି । ଅଧିକ ପଢ଼ନ୍ତୁ
ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ଅପରାଜିତା ଷଡ଼ଙ୍ଗୀ
ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ଅପରାଜିତା ଷଡ଼ଙ୍ଗୀ
ପୂର୍ବତନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁ ଆଗରୁ ୨ଥର ବିଧାୟିକା ରହିବା ସହିତ ଝାଡ଼ଖଣ୍ଡର ରାଜ୍ୟପାଳ ମଧ୍ୟ ରହିଥିଲେ । କାଉନ୍ସିଲରରୁ ରାଷ୍ଟ୍ରପତି ଯାଏଁ ତାଙ୍କର ଯାତ୍ରା ଆଦିବାସୀଙ୍କ ପାଇଁ ଗର୍ବର କଥା ବୋଲି ମତ ପ୍ରକାଶ କରିଛନ୍ତି ଭୁବନେଶ୍ବର ସାଂସଦ । ମୟୂରଭଞ୍ଜର ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରି ନରେନ୍ଦ୍ର ମୋଦି ବାର୍ତ୍ତା ଦେଇଛନ୍ତି ଯେ ସେ ସମସ୍ତଙ୍କ ସହିତ ଅଛନ୍ତି । ଦେଶର କୋଣ ଅନୁକୋଣର ଆଦିବାସୀ ବଡ଼ ପଦପଦବୀରେ ରୁହନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଚାହୁଁଥିବା କହିଛନ୍ତି ଅପରାଜିତା ।
ଇଟିଭି ଭାରତ, ଭୁବନେଶ୍ବର
Last Updated : Jun 22, 2022, 6:35 PM IST