ହାଇଦ୍ରାବାଦ: ଭୁବନେଶ୍ବର ସାଂସଦ ତଥା ଜାତୀୟ ବିଜେପି ମୁଖପାତ୍ର ଅପରାଜିତା ଷଡଙ୍ଗୀଙ୍କୁ ନୂଆ ଦାୟିତ୍ବ । ରାଜ୍ୟଗୋଷ୍ଠୀ ରାଷ୍ଟ୍ରସମୂହ ମହିଳା ସଂଚାଳନ ସମିତିରେ ପ୍ରତିନିଧିତ୍ବ କରିବାକୁ ଅପରାଜିତାଙ୍କୁ ସୁଯୋଗ । ଆଗାମୀ 3 ବର୍ଷ ପାଇଁ ଭୁବନେଶ୍ବର ସାଂସଦ ଭାରତର ପ୍ରତିନିଧିତ୍ବ କରିବେ ।
ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅନୁମୋଦନରେ ଭୁବନେଶ୍ବରଲ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଛି ନୂଆ ଦାୟିତ୍ବ । ରାଜ୍ୟଗୋଷ୍ଠୀ ରାଷ୍ଟ୍ରସମୂହ ମହିଳା ସଂଚାଳନ ସମିତିରେ ଦାୟିତ୍ବ ମିଳିବା ପରେ ଅପରାଜିତା ଖୁସି ପ୍ରକଟ କରିବା ସହ ଲୋକସଭା ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।