ଭୁବନେଶ୍ବର:ଭୁବନେଶ୍ବରରେପହଞ୍ଚିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ବିମାନବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ରାଜ୍ୟ ଅତିଥି ଭବନରେ ପହଞ୍ଚିଛନ୍ତି ଜଗନମୋହନ । ଜଗନଙ୍କ ସହ ଆନ୍ଧ୍ରର ବହୁ ଅଧିକାରୀ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଓଡିଶା ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ଚାଲିଛି ଆଲୋଚନା । ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଲୋଚନାରେ ସାମିଲ ।
ଭୁବନେଶ୍ବରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ସନ୍ଧ୍ୟାରେ ନବୀନ-ଜଗନ ଆଲୋଚନା ଲୋକସେବା ଭବନରେ ପହଞ୍ଚିଲେ ଓଡିଶା-ଆନ୍ଧ୍ର ମୁଖ୍ୟମନ୍ତ୍ରୀ; ନବୀନ-ଜଗନ ଆଲୋଚନା ଆରମ୍ଭ ଜଗନମୋହନଙ୍କୁ ସ୍ବାଗତ କଲେ ରାଜ୍ୟ ଉନ୍ନୟନ କମିଶନର ପିକେ ଜେନା ଏବଂ ପଞ୍ଚାୟତରାଜ ବିଭାଗ ସଚିବ । ଏଠାରେ କିଛି ସମୟ ବିଶ୍ରାମ ନେବା ପରେ ପାଖାପାଖି 5.40 ମିନିଟରେ ଲୋକସେବା ଭବନ ଅଭିମୁଖେ ବାହାରିବେ ଜଗନ ଆଣ୍ଡ ଟିମ୍ ।
ଲୋକସେବା ଭବନରେ ପହଞ୍ଚିଲେ ନବୀନ-ଜଗନ ଲୋକସେବା ଭବନରେ ପହଞ୍ଚିଲେ ଦୁଇ ମୁଖ୍ୟମନ୍ତ୍ରୀ
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ। ଉଭୟ ରାଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ । ବିଶେଷ କରି ଏହି ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ଦିନରୁ ରହିଥିବା ସମସ୍ୟା ନେରେଡି ବ୍ୟାରେଜ,ପୋଲାଭୋରମ ଡ୍ୟାମ, କୋଟିଆ ସୀମା ବିବାଦ ସମ୍ପର୍କରେ ଆଲୋଚନା କରାଯିବା ସମ୍ଭାବନା ରହିଛି।
ଲୋକସେବା ଭବନରେ ପହଞ୍ଚିଲେ ଓଡିଶା-ଆନ୍ଧ୍ର ମୁଖ୍ୟମନ୍ତ୍ରୀ; ନବୀନ-ଜଗନ ଆଲୋଚନା ଆରମ୍ଭ ଲୋକସେବା ଭବନରେ ପହଞ୍ଚିଲେ ଓଡିଶା-ଆନ୍ଧ୍ର ମୁଖ୍ୟମନ୍ତ୍ରୀ; ନବୀନ-ଜଗନ ଆଲୋଚନା ଆରମ୍ଭ ଲୋକସେବା ଭବନରେ ବୈଠକ ଆରମ୍ଭ
ଆନ୍ଧ୍ର ପ୍ରଦେଶ ଓ ଓଡିଶା ମଧ୍ୟରେ ବୈଠକ ଆରମ୍ଭ । ଲୋକସେବା ଭବନରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ ମଧ୍ୟରେ ଆଲୋଚନା ହେଉଛି । ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ସଚିବ, ଉନ୍ନୟନ କମିସନର ସହିତ ଆନ୍ଧ୍ର ଅଧିକାରୀ ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି ।
ବିଶେଷ କରି ଏହି ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ଦିନରୁ ରହିଥିବା ସମସ୍ୟା ନେରେଡି ବ୍ୟାରେଜ,ପୋଲାଭରମ ଡ୍ୟାମ, ଝଞ୍ଜାବତୀ ପ୍ରକଳ୍ପ, କୋଟିଆ ସୀମା ବିବାଦ ସମ୍ପର୍କରେ ଆଲୋଚନା କରାଯିବା ସମ୍ଭାବନା ରହିଛି।
ଲୋକସେବା ଭବନରେ ପହଞ୍ଚିଲେ ଓଡିଶା-ଆନ୍ଧ୍ର ମୁଖ୍ୟମନ୍ତ୍ରୀ; ନବୀନ-ଜଗନ ଆଲୋଚନା ଆରମ୍ଭ ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ତାପସ ପରିଡା, ବିକାଶ ଦାସ, ମନୋରଞ୍ଜନ ଶଙ୍ଖୁଆ, ସଞ୍ଜୀବ ରାୟ, ଇଟିଭି ଭାରତ