ଓଡିଶା

odisha

By

Published : Apr 17, 2021, 4:16 PM IST

ETV Bharat / city

ନବୀନଙ୍କୁ ଚିଠି ଲେଖିଲେ ଆନ୍ଧ୍ର ସିଏମ, ଆପୋଷ ବୁଝାମଣାରେ ନିର୍ମାଣ ହେଉ ନେରାଡି ବ୍ୟାରେଜ

ବଂଶଧାର ନଦୀ ଉପରେ ନେରାଡି ବ୍ୟାରେଜ ନିର୍ମାଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ଦୁଇ ରାଜ୍ୟରେ ଆବଶ୍ୟକତା ପୂରଣ ପାଇଁ ବ୍ୟାରେଜ ନିର୍ମାଣ କରିବାକୁ କଲେ ନିବେଦନ । ଅଧିକ ପଢନ୍ତୁ...

ନେରାଡି ବ୍ୟାରେଜ କରିବାକୁ ନବୀନଙ୍କୁ ଆନ୍ଧ୍ର ସିଏମଙ୍କ ଚିଠି
ନେରାଡି ବ୍ୟାରେଜ କରିବାକୁ ନବୀନଙ୍କୁ ଆନ୍ଧ୍ର ସିଏମଙ୍କ ଚିଠି

ହାଇଦ୍ରାବାଦ:ନେରାଡି ବ୍ୟାରେଜ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନମୋହନ ରେଡ୍ଡୀ । ଆପୋଷ ବୁଝାମଣାରେ ବଂଶଧାରା ନଦୀ ଉପରେ ବ୍ୟାରେଜ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି ଜଗନମୋହନ ।

ଆପୋଷ ବୁଝାମଣାରେ ନେରାଡି ବ୍ୟାରେଜ କରିବାକୁ ନବୀନଙ୍କୁ ଆନ୍ଧ୍ର ସିଏମଙ୍କ ଚିଠି

ବଂଶଧାରା ନଦୀରେ ନେରାଡି ବ୍ୟାରେଜ ନିର୍ମାଣ ନେଇ ଲାଗି ରହିଥିବା ବିବାଦ ଉପରେ ବଂଶଧରା ଜଳ ବିବାଦ ଟ୍ରିବ୍ୟୁନାଲ (VWDT) ଚୂଡାନ୍ତ ନିଷ୍ପତ୍ତି ନେଇଛନ୍ତି । 1956 ISRWD ଅଧିନିୟମର ଧାରା 5(2) ଅନୁସାରେ ରାୟ ଶୁଣାଇଛନ୍ତି ।

ଆପୋଷ ବୁଝାମଣାରେ ନେରାଡି ବ୍ୟାରେଜ କରିବାକୁ ନବୀନଙ୍କୁ ଆନ୍ଧ୍ର ସିଏମଙ୍କ ଚିଠି

ଟ୍ରିବ୍ୟୁନାଲ ନିର୍ଦ୍ଦେଶକ୍ରମେ, ବଂଶଧାରା ନଦୀ ଉପରେ ସମ୍ପୂର୍ଣ୍ଣ ବ୍ୟାରେଜ ନିର୍ମାଣ କରିବାକୁ ଆନ୍ଧ୍ରକୁ ଅନୁମତି ମିଳିଥିଲା । ଏହାସହ ଓଡିଶାର ଆବଶ୍ୟକତା ପୂରଣ କରିବାକୁ ନେରାଡି ବ୍ୟାରେଜର ବାମ ପାର୍ଶ୍ବରେ ସ୍ଲୁଇସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଉଭୟ ରାଜ୍ୟ ପାଇଁ ନେରାଡି ବ୍ୟାରେଜ ନିର୍ମାଣ ଅତ୍ୟନ୍ତ ଜରୁରୀ । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଓ ଓଡିଶାର ଗଜପତି ମରୁଡି ପ୍ରବଣ ଜିଲ୍ଲା ହୋଇଥିବା ବେଳେ ଏଠାରେ ଜଳସେଚନ ଯୋଗାଇ ଦେବାକୁ ଆବଶ୍ୟକତା ରହିଛି । ଉଭୟ ରାଜ୍ୟର ସମସ୍ତ ଚାଷୀ ଏହି ପ୍ରକଳ୍ପ ପୂରା ହେବାକୁ ଅନେଇ ବସିଛନ୍ତି । ଏହା ସହ 75 ପ୍ରତିଶତ ବନ୍ୟାଜଳ ସମୁଦ୍ରକୁ ବୋହି ଯାଉଛି । ଯାହାକୁ ସଂରକ୍ଷିତ ରଖାଯାଇ ଏହାକୁ ଭବିଷ୍ୟତରେ ଲଗାଯାଇ ପାରିବ ବୋଲି ଜଗନମୋହନ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details