ଭୁବନେଶ୍ବର: ପାଠପଢାରେ ଦୁର୍ବଳ ଥିବା ପିଲାଙ୍କ ପାଇଁ ସ୍କୁଲରେ ଖରାଛୁଟି ସମୟରେ ଏକଷ୍ଟ୍ରା କ୍ଲାସ ନିଆଯିବ । କିନ୍ତୁ ଏଥିପାଇଁ ଶିକ୍ଷକଙ୍କ ଖରାଛୁଟି ବାତିଲ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀଙ୍କ ସ୍ପୋଷ୍ଟକ୍ତି ପରେ ଏକଷ୍ଟ୍ର। କ୍ଲାସ ହେଲେ ଶିକ୍ଷକଙ୍କ ଖରାଛୁଟି ବାତିଲ ହେବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଉଥିଲା ତାହା ଦୂର ହୋଇଛି ।
ଖରାଛୁଟିରେ ବାତିଲ ହେବନି ଶିକ୍ଷକଙ୍କ ଛୁଟି
ରାଜ୍ୟର ସରକାରୀ ବିଦ୍ୟାଳୟରେ ପ୍ରତିବର୍ଷ ପରୀକ୍ଷା ଫଳ ନୈରାଶ ଜନକ ହେବାପରେ ମୁକାବିଲା ପାଇଁ ଗଣଶିକ୍ଷା ବିଭାଗ ଉଦ୍ୟମ ଆରମ୍ଭ କରିଛି । ପଢନ୍ତୁ ଅଧିକ...
Sammer das
ମନ୍ତ୍ରୀ କହିଛନ୍ତି ଖରାଛୁଟି ସମୟରେ ସ୍କୁଲରେ ପାଳି ଭିତ୍ତିରେ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢାଇବେ । କୌଣସି ଶିକ୍ଷକଙ୍କ ଛୁଟି ବାତିଲ ହେବ ନାହିଁ । ଯଦି ଗ୍ରୀଷ୍ମ ପ୍ରବାହ ଅଧିକ ହୁଏ ଛାତ୍ରଛାତ୍ରୀ ସ୍କୁଲ ନଆସନ୍ତି ତେବେ ପରିସ୍ଥିତି ଦେଖି ନିଷ୍ପତି ନିଆଯିବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ