ଭୁବନେଶ୍ବର: କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ପତ୍ନୀ ତଥା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ଘରୋଇ କଳିରେ ପ୍ରତିକ୍ରିୟା ରଖିଲେ ମହିଳା କମିଶନର ଡକ୍ଟର ମୀନତି ବେହେରା । ଅନୁଭବ ଜଣେ ଲୋକସଭା ସାଂସଦ । ତାଙ୍କୁ ଲୋକମାନେ ଆଦର୍ଶ ଭାବେ ଗ୍ରହଣ କରିବା କଥା । ମାତ୍ର ତାଙ୍କ କ୍ଷେତ୍ରରେ ଯାହା ଘଟିଲା ଏହା ଏକ ଦୁଃଖ ଘଟଣା ବୋଲି କହିଛନ୍ତି ମହିଳା କମିଶନର ।
ଲୋକସଭା ସାଂସଦ ସମସ୍ତଙ୍କ ଆଦର୍ଶ, ଯାହା ଘଟିଲା ତାହା ଦୁଃଖଦ: ମହିଳା କମିଶନର - Women's Commissioner reaction
କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ପତ୍ନୀ ତଥା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ଘରୋଇ କଳି ଉପରେ ପ୍ରତିକ୍ରିୟା ରଖିଲେ ମହିଳା କମିଶନର ଡକ୍ଟର ମୀନତି ବେହେରା ।

ଲୋକସଭା ସାଂସଦ ସମସ୍ତଙ୍କ ଆଦର୍ଶ, ମାତ୍ର ଯାହା ଘଟିଲା ତାହା ଦୁଃଖଦ ଘଟଣା: ମହିଳା କମିଶନର
ଲୋକସଭା ସାଂସଦ ସମସ୍ତଙ୍କ ଆଦର୍ଶ, ମାତ୍ର ଯାହା ଘଟିଲା ତାହା ଦୁଃଖଦ ଘଟଣା: ମହିଳା କମିଶନର
ମହିଳା କମିଶନ ଏକ କ୍ଲାସି ଜୁଡିସିଆଲ ବଡି । ତେଣୁ ଏବେ କୋର୍ଟରେ ମାମଲା ବିଚାରଧିନ ଥିବାରୁ ଏହା ଉପରେ ମହିଳା କମିଶନ କିଛି ପଦକ୍ଷପ ଗ୍ରହଣ କରିପାରିବ ନାହିଁ । ନାରୀ ସମାଜରେ ସ୍ୱାଭିମାନ ଓ ସମ୍ମାନର ସହ ବଞ୍ଚିବା ଦରକାର । ଉଭୟ ପରସ୍ପରକୁ ସହଯୋଗ କରିବା ଦରକାର। ଆପୋଷ ସମାଧାନ ଆମ ଦାୟିତ୍ୱ । ଯଦି କୋର୍ଟରୁ ମାମଲା ପ୍ରତ୍ୟାହାର କରି ଆମ ପାଖକୁ ଆସନ୍ତି ତେବେ ଆମେ ସମାଧାନ ପାଇଁ ଉଦ୍ୟମ କରିବୁ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ବିକାଶ ଦାସ, ଇଟିଭି ଭାରତ