ଭୁବନେଶ୍ବର: ଦିନକୁ ଦିନ ବଢିବାରେ ଲାଗିଛି ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା । ତେବେ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । କେବଳ ବିଜେଡି ସାଂସଦ ଅନୁଭବ ନୁହନ୍ତି, ବଂର ତାଙ୍କ ସହ ତାଙ୍କ ବାପା, ମା’ଙ୍କୁ ମହିଳା କମିଶନଙ୍କ ନୋଟିସ କରିଛନ୍ତି ।
ଆସନ୍ତା 29 ତାରିଖରେ ମହିଳା କମିଶନରେ ହାଜର ହେବାରୁ ସମସ୍ତ 3 ଜଣଙ୍କୁ ନୋଟିସ କରାଯାଇଛି । ପୂର୍ବରୁ ପତ୍ନୀ ବର୍ଷା ଘରୋଇ ହିଂସା ନେଇ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।