ଓଡିଶା

odisha

By

Published : Oct 27, 2020, 10:12 PM IST

ETV Bharat / city

ଆରମ୍ଭ ହେଲା ଦୁର୍ନୀତି ନିବାରଣ ସପ୍ତାହ, ରାଜଧାନୀ ଭିଜିଲାନ୍ସ ବିଭାଗ ପକ୍ଷରୁ ଶପଥ ପାଠ

ଆରମ୍ଭ ହୋଇଛି ଦୁର୍ନୀତି ନିବାରଣ ସପ୍ତାହ। ଏଥିପାଇଁ ରାଜଧାନୀ ଭୁବନେଶ୍ବରସ୍ଥିତ ଭିଜିଲାନସ ଡିଭିଜନ କାର୍ଯାଳୟରେ ଏକ ଶପଥ ପାଠ ସମାରୋହ ଆୟୋଜିତ ହୋଇଥିଲା। ଅଧିକ ପଢ଼ନ୍ତୁ...

ଆରମ୍ଭ ହେଲା ଦୁର୍ନୀତି ନିବାରଣ ସପ୍ତାହ, ରାଜଧାନୀ ଭିଜିଲାନ୍ସ ବିଭାଗ ପକ୍ଷରୁ ଶପଥ ପାଠ
ଆରମ୍ଭ ହେଲା ଦୁର୍ନୀତି ନିବାରଣ ସପ୍ତାହ, ରାଜଧାନୀ ଭିଜିଲାନ୍ସ ବିଭାଗ ପକ୍ଷରୁ ଶପଥ ପାଠ

ଭୁବନେଶ୍ବର:ଆଜିଠାରୁ(ମଙ୍ଗଳବାର) ଆରମ୍ଭ ହୋଇଛି ଦୁର୍ନୀତି ନିବାରଣ ସପ୍ତାହ । ଏଥିପାଇଁ ରାଜଧାନୀ ଭୁବନେଶ୍ବରସ୍ଥିତ ଭିଜିଲାନସ ଡିଭିଜନ କାର୍ଯାଳୟରେ ଏକ ଶପଥ ପାଠ ସମାରୋହ ଆୟୋଜିତ ହୋଇଥିଲା। ଆଗାମି 7 ଦିନ ଧରି ଏହି ଦୁର୍ନିତି ନିବାରଣ ସପ୍ତାହ ଚାଲିବ।

ଏହି ଅବସରରେ ଭିଜିଲାନ୍ସ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସାଧୁତା ଓ ସଚ୍ଚୋଟ ସର୍ବୋଚ ମାନକୁ ଅନୁସରଣ କରିବାକୁ ଶପଥ ପାଠ କରିଥିଲେ। ଏହାସହ ସମାଜ ହେଉଥିବା ଦୁର୍ନୀତି ବିରୋଧ ସଂଗ୍ରାମକୁ ସମର୍ଥନ କରିବାନେଇ ଶପଥ ପାଠ କରିଥିଲେ। ଓଡିଶାରୁ ତଥା ସମାଜରୁ ଦୁର୍ନୀତି ହଟାଇବା ପାଇଁ ସମସ୍ତ ପ୍ରୟାସ କରିବାକୁ ଶପଥ କରିଛନ୍ତି ସମସ୍ତ ଭିଜିଲାନ୍ସ ଅଧିକାରୀ।

ଆରମ୍ଭ ହେଲା ଦୁର୍ନୀତି ନିବାରଣ ସପ୍ତାହ, ରାଜଧାନୀ ଭିଜିଲାନ୍ସ ବିଭାଗ ପକ୍ଷରୁ ଶପଥ ପାଠ

ଏହି ଅବସରରେ ଚଳିତ ବର୍ଷ ଦୁର୍ନୀତି ନିବାରଣର ସ୍ଲୋଗାନ ରହିଛି ସତର୍କ ଭାରତ ସମୃଦ୍ଧ ଭାରତ। ତେବେ ଏହାର ପ୍ରଚାର ପ୍ରସାର ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର କରାଯିବ। ଏହାସହ ମୋବାଇଲ ଏସଏମଏସ ଜରିଆରେ ଲୋକଙ୍କ ପାଖକୁ ଏହି ବାର୍ତ୍ତା ପଠାଇବାକୁ ଯୋଜନା କରିଛି ଭିଜିଲାନ୍ସ ବିଭାଗ।

ଏହାସହ ଆଜି କଟକର ଭିଜିଲାନସ ନିର୍ଦେଶାଳୟରେ ନିର୍ଦେଶକ ଦେବାଶିଷ ପାଣିଗ୍ରାହିଙ୍କ ନେତୃତ୍ବରେ ଭିଜିଲାନସ କର୍ମଚାରୀ ଶପଥ ନେଇଛନ୍ତି। ବିଭିନ୍ନ ଦୁର୍ନୀତି ଅଭିଯୋଗ ପାଇଁ ୧୦୬୮ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଏହି ଟୋଲଫ୍ରି ନମ୍ବର ସକାଳ ୮ଟାରୁ ସଂଧ୍ୟା ୮ଟା ପର୍ଯନ୍ତ ଖୋଲା ରହିବ। ଏହାସହ ଓଡିଶା ଭିଜିଲାନସ ଡଟ ଜିଓଭି ଡଟ ଇନ(www.odishavigilance.gov.in) ଜରିଆରେ ଅନଲାଇନରେ ମଧ୍ୟ ଅଭିଯୋଗ କରି ପାରିବେ ଲୋକେ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details