ଓଡିଶା

odisha

By

Published : Nov 11, 2021, 12:43 PM IST

ETV Bharat / city

ସକ୍ରିୟ ହେଲା ଅବପାତ, ରାଜ୍ୟରେ ପୁଣି ବର୍ଷିବ !

ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ରାଜ୍ୟରେ ପୁଣି ବର୍ଷିବ !
ରାଜ୍ୟରେ ପୁଣି ବର୍ଷିବ !

ଭୁବନେଶ୍ବର: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ସକ୍ରିୟ ହୋଇଛି । ଏହା ପ୍ରଭାବରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ଆଜି ଠାରୁ ଦକ୍ଷିଣ ଆଭ୍ୟନ୍ତରୀଣ ତଥା ଉପକୂଳ ଓଡିଶାର କିଛି ଜିଲ୍ଲାରେ ପାଗ ମେଘୁଆ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ରାତି ତାପମାତ୍ରା ବୃଦ୍ଧି ପାଇବ । ୨ ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ବଢିବାର ସମ୍ଭାବନା ରହିଛି । ବର୍ତ୍ତମାନ ସାରା ରାଜ୍ୟରେ ଶୀତ ଅନୁଭୂତ ହେଉଛି । ବିଭିନ୍ନ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଥିବା ଦେଖାଯାଉଛି । କିଛି ସ୍ଥାନରେ ହାଲୁକା କୁହୁଡି ମଧ୍ୟ ପଡୁଛି । ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା 13 ଡିଗ୍ରୀ ସେଲସିୟସ ରହିଛି ।

ମାତ୍ର ବଙ୍ଗୋପସାଗରରେ ଅବପାତ ସକ୍ରିୟ ହେବା ପରେ ରାଜ୍ୟରେ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details