ଭୁବନେଶ୍ବର: କିଛି ଦିନର ଆଶ୍ବସ୍ତି ପରେ ପୁଣି ଓଡିଶା ମୁହାଁ ଲଘୁଚାପ ବର୍ଷା । ଏନେଇ ରାଜଧାନୀରେ ଶନିବାର ଆରମ୍ଭ ହୋଇଛି ଝିପି ଝିପି ବର୍ଷା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଶନିବାର ଭୁବନେଶ୍ବରରେ ବର୍ଷା ହୋଇଥିବା ଦେଖାଯାଇଛି । ସେପଟେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପୁଣି ଓଡିଶା ମୁହାଁ ଲଘୁଚାପ, ରାଜଧାନୀରେ ଝିପି ଝିପି ବର୍ଷା - ରାଜଧାନୀରେ ବର୍ଷା
କିଛି ଦିନର ଆଶ୍ବସ୍ତି ପରେ ପୁଣି ଓଡିଶା ମୁହାଁ ଲଘୁଚାପ ବର୍ଷା । ଏନେଇ ରାଜଧାନୀରେ ଶନିବାର ଆରମ୍ଭ ହୋଇଛି ଝିପି ଝିପି ବର୍ଷା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଶନିବାର ଭୁବନେଶ୍ବରରେ ବର୍ଷା ହୋଇଥିବା ଦେଖାଯାଇଛି ।
![ପୁଣି ଓଡିଶା ମୁହାଁ ଲଘୁଚାପ, ରାଜଧାନୀରେ ଝିପି ଝିପି ବର୍ଷା bhubaneswar latest news, rain in bhubaneswar, low pressure rain in state, low pressure rain, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍, ଭୁବନେଶ୍ବରରେ ଲଘୁଚାପଜନିତ ବର୍ଷା, ଲଘୁଚାପ ବର୍ଷା, ରାଜଧାନୀରେ ବର୍ଷା, ରାଜ୍ୟରେ ଲଘୁଚାପ ବର୍ଷା](https://etvbharatimages.akamaized.net/etvbharat/prod-images/768-512-8772871-thumbnail-3x2-rain.jpg)
ପୁଣି ଓଡିଶା ମୁହାଁ ଲଘୁଚାପ, ରାଜଧାନୀରେ ଝିପ ଝିପ ବର୍ଷା
ପୁଣି ଓଡିଶା ମୁହାଁ ଲଘୁଚାପ, ରାଜଧାନୀରେ ଝିପ ଝିପ ବର୍ଷା
ସୂଚନା ଅନୁଯାୟୀ ଶନିବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସମ୍ପୃକ୍ତ ଜିଲ୍ଲା ଗୁଡିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଭୁବନେଶ୍ବର ଓ କଟକ ଟ୍ବିନ ସିଟିରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ଜଣାପଡିଛି। ଗୋଟିଏ ପଟେ ବନ୍ୟାର ବିଭୀଷିକା ଲୋକଙ୍କ ମନରୁ ହଟିନଥିବାବେଳେ ଅନ୍ୟପଟେ ଲଘୁଚାପ ଜନିତ ବର୍ଷା ପୁଣି ଆରମ୍ଭ ହୋଇଥିବାରୁ ରାଜ୍ୟବାସୀଙ୍କର ଚିନ୍ତା ବଢିଥିବା ଦେଖାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ