ଓଡିଶା

odisha

ETV Bharat / city

19 ରେ ଲଘୁଚାପ ! 2 ଜିଲ୍ଲାରେ ପ୍ରବଳ ବର୍ଷିବ

ପୁଣି ଏକ ଲଘୁଚାପ । ଆସନ୍ତା 19 ତାରିଖରେ ଆସୁଛି ଆଉ ଏକ ଲଘୁଚାପ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

19ରେ ଆସୁଛି ଆଉ ଏକ ଲଘୁଚାପ
19ରେ ଆସୁଛି ଆଉ ଏକ ଲଘୁଚାପ

By

Published : Oct 16, 2020, 10:42 PM IST

ଭୁବନେଶ୍ବର: ପୁଣି ଏକ ଲଘୁଚାପ । ଆସନ୍ତା 19 ତାରିଖରେ ଆସୁଛି ଆଉ ଏକ ଲଘୁଚାପ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶା ଓ ଉତ୍ତର ଓଡ଼ିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୯ ତାରିଖରେ ଗଜପତି , ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

19ରେ ଆସୁଛି ଆଉ ଏକ ଲଘୁଚାପ

ଗତ ୨୪ ଘଣ୍ଟା ଭିତରେ ଉପକୂଳ ଓ ଦକ୍ଷିଣ ଅଞ୍ଚଳର କିଛି ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି । କୋରାପୁଟ ଜିଲ୍ଲା ସେମିଳିଗୁଡାରେ ୬୧.୪ ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । କୋଟପାଡ଼ରେ ୫୮.୦ ମିମି,ବୌଦ୍ଧରେ ୪୩.୨ ମିମି,ଯାଜପୁରରେ ୪୩.୦ ମିମି,ରାଜକନିକାରେ ୪୧.୦ ମିମି ଏବଂ ମାହାଙ୍ଗାରେ ୩୬.୦ ମିମି ବର୍ଷା ରେକର୍ଡ କରାଯାଇଛି । ୧୯ ତାରିଖରୁ ଗଭୀର ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ବାରଣ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details