ଭୁବନେଶ୍ୱର:ଓଡିଶାବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ଏକ କ୍ୟାନସର ହସ୍ପିଟାଲ ( There will be another cancer hospital in Bhubaneswar ) । ଏହା 200 ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ କରାଯିବ । ଏନେଇ ଟାଟା ମେମୋରିଆଲ୍ ସହ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ନାଇଜର କ୍ୟାମ୍ପସରେ ଟାଟା ମେମୋରିଆଲ ପକ୍ଷରୁ ନିର୍ମାଣ ହେବ ଏହି କ୍ୟାନସର ହସ୍ପିଟାଲ ।
କ୍ୟାନସର ରୋଗରେ ପୀଡିତ ହେଲେ ଓଡିଶାବାସୀଙ୍କୁ ଆଉ ହଇରାଣ ହେବାକୁ ପଡିବନି । ଓଡିଶାବାସୀ ହାତ ପାହାନ୍ତାରେ ପାଇବେ କ୍ୟାନସର ଚିକିତ୍ସା । କାରଣ ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟସେବା ପ୍ରତି ସବୁବେଳେ ଗୁରୁତ୍ବ ଦେଇ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( Chief minister Naveen Patnaik ) ଆଉ ଏକ ପଦକ୍ଷେପ ନେଇଛନ୍ତି । ଭୁବନେଶ୍ୱରରେ ଆଉ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ନବୀନ ନିଷ୍ପତ୍ତି ନେଇଛନ୍ତି । ନାଇଜର କ୍ୟାମ୍ପସରେ ଟାଟା ମେମୋରିଆଲ ପକ୍ଷରୁ ନିର୍ମାଣ କରାଯିବ ଏହି ହସ୍ପିଟାଲ । ଏହାର ସମ୍ପ୍ରସାରଣ ପାଇଁ 40 ଏକର ଜମି ସୁବିଧା ଯୋଗାଇ ଦେବେ ରାଜ୍ୟ ସରକାର । ନିର୍ମାଣ ହେବାକୁ ଥିବା ଏହି କ୍ୟାନସର ହସ୍ପିଟାଲରେ ରୋଗୀଙ୍କ ପାଇଁ ରହିବ 200 ଶଯ୍ୟା । ଏନେଇ ଟାଟା ମେମୋରିଆଲ ସହ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ MOU ସାଇନ କରାଯାଇଛି ।