ଓଡିଶା

odisha

ନନ୍ଦନକାନନକୁ ଶନିଦଶା, 3 ଦିନରେ 2 ଅନାକୋଣ୍ଡା ମୃତ

By

Published : Nov 30, 2019, 1:16 PM IST

ଚେନ୍ନାଇରୁ ଆସିଥିବା 8ଟି ଆନାକୋଣ୍ଡା ମଧ୍ୟରୁ ଦୁଇଟିର ମୃତ୍ୟୁ ଘଟିଛି । ଆଉ 3ଟି ଅସୁସ୍ଥ ରହିଛନ୍ତି । ଅଧିକ ପଢନ୍ତୁ...

ନନ୍ଦନକନାନାକୁ ଶନିଦଶା, ତିନି ଦିନରେ ଦୁଇ ଅନାକୋଣ୍ଡା ମୃତ
ନନ୍ଦନକନାନାକୁ ଶନିଦଶା, ତିନି ଦିନରେ ଦୁଇ ଅନାକୋଣ୍ଡା ମୃତ

ଭୁବନେଶ୍ବର: ନନ୍ଦନକାନନକୁ ଛାଡ଼ୁନି ଶନି ଦଶା । ଚେନ୍ନାଇରୁ ଆସିଥିବା 8ଟି ଆନାକୋଣ୍ଡା ମଧ୍ୟରୁ 2ଟିର ମୃତ୍ୟୁ ଘଟିଛି । ଆଉ 3ଟି ଅସୁସ୍ଥ ଅଛନ୍ତି । ରାଜ୍ୟର ଏହି ଚିଡିଆଖାନାରେ କିଛି ଦିନ ପୂର୍ବରୁ ଏକ ହାତୀର ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଥିଲା । ଆଉ ଏବେ ଆନାକୋଣ୍ଡା ମୃତ୍ୟୁ ଘଟିଛି ।

କିଛି ଦିନ ତଳେ ଚେନ୍ନାଇରୁ ନନ୍ଦନକାନନକୁ 8ଟି ଅନାକୋଣ୍ଡା ଆସିଥିଲେ । ସେଥିମଧ୍ୟରୁ ଗତ ଗୁରୁବାର ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ଘଟିଥିଲା । ସେହିପରି ଶନିବାର ସକାଳ ସମୟରେ ଆଉ ଏକ ଆନାକୋଣ୍ଡା ପ୍ରାଣ ହରାଇଥିବା ନେଇ ଖୁଆଡ ସଫା କରୁଥିବା ସମୟରେ ଜାଣିବାକୁ ପାଇଥିଲେ ବିଭାଗୀୟ କର୍ମଚାରୀ ।

ନନ୍ଦନକନାନାକୁ ଶନିଦଶା, ତିନି ଦିନରେ ଦୁଇ ଅନାକୋଣ୍ଡା ମୃତ

ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିଥିଲା ଆନାକୋଣ୍ଡା । ହେଲେ ବର୍ତ୍ତମାନ ସେମାନଙ୍କର ମୃତ୍ୟୁକୁ ନେଇ ଚିନ୍ତାରେ ପଡିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ, ଏନେଇ ଜାଣିବା ପାଇଁ ଚେନ୍ନାଇରୁ ଏକ ସ୍ବତନ୍ତ୍ର ଟିମ ନନ୍ଦ ନନ୍ଦନକାନନ ଆସୁଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details