ଭୁବନେଶ୍ବର: ରାଜ୍ୟରେ ଲକଡାଉନ କଟକଣା ଯୋଗୁଁ ଏବେ ସଂକ୍ରମଣ ହ୍ରାସ ପାଉଛି । ସେପଟେ ଏହାସହ ତାଳ ଦେଇ ବୃଦ୍ଧି ପାଉଛି ସୁସ୍ଥସଂଖ୍ୟା । ଆଜି(ମଙ୍ଗଳବାର) ରାଜ୍ୟରେ 8 ହଜାର 836 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥସଂଖ୍ୟା ସର୍ବାଧିକ 1 ହଜାର 95 ରହିଛି । ତେବେ ଏହି ନୂତନ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥସଂଖ୍ୟା 7 ଲକ୍ଷ 56 ହଜାର 641କୁ ବୃଦ୍ଧି ପାଇଛି ।
କୋରୋନାକୁ ମାତ୍ ଦେଲେ ଆଉ 8,836 ସଂକ୍ରମିତ - 8836 ଆକ୍ରାନ୍ତ ସୁସ୍ଥ
ଆଜି(ମଙ୍ଗଳବାର) ରାଜ୍ୟରେ ସୁସ୍ଥ ହେଲେ 8 ହଜାର 836 କୋରୋନା ଆକ୍ରାନ୍ତ । ମୋଟ ସୁସ୍ଥସଂଖ୍ୟା 7 ଲକ୍ଷ 56 ହଜାର 641କୁ ବୃଦ୍ଧି । ଅଧିକ ପଢନ୍ତୁ...
ସେହିପରି କଟକରୁ 956, ସୁନ୍ଦରଗଡରୁ 590, ଯାଜପୁରରୁ 499, ଅନୁଗୋଳରୁ 490, ଭଦ୍ରକରୁ 462, ମୟୂରଭଞ୍ଜରୁ 453, ପୁରୀରୁ 405, କେନ୍ଦ୍ରାପଡାରୁ 384, ବୌଦ୍ଧରୁ 310, କଳାହାଣ୍ଡିରୁ 310, ବରଗଡରୁ 276, ନୟାଗଡରୁ 273, ଜଗତସିଂହପୁରରୁ 242, କୋରାପୁଟରୁ 206, ନବରଙ୍ଗପୁରରୁ 197, କେନ୍ଦୁଝରରୁ 196, ସୋନପୁରରୁ 140, ସମ୍ବଲପୁରରୁ 126, ବଲାଙ୍ଗୀରରୁ 118, ଝାରସୁଗୁଡାରୁ 108, ଗଞ୍ଜାମରୁ 105, ମାଲକାନଗିରିରୁ 104, ବାଲେଶ୍ବରରୁ 101, ଢେଙ୍କାନାଳରୁ 90, ଗଜପତିରୁ 86, କନ୍ଧମାଳରୁ 86, ରାୟଗଡାରୁ 85, ଦେବଗଡରୁ 64, ନୂଆପଡାରୁ 52 ଜଣ ସଂକ୍ରମିତ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସୁସ୍ଥଙ୍କ ସଂଖ୍ୟା 227 ରହିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ