ଓଡିଶା

odisha

ETV Bharat / city

ରାଜ୍ୟରେ ପୁଣି 75 କୋରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରେ ସର୍ବାଧିକ 18 - ରାଜ୍ୟରେ ପୁଣି 75 କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ରବିବାର 16ଟି ଜିଲ୍ଲାରେ 75 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2856ରେ ପହଞ୍ଚିଛି । ଅନ୍ୟପକ୍ଷରେ 1129ଟି ସକ୍ରିୟ ମାମଲା ରହିଥିବା ବେଳେ 1716ଜଣ ସୁସ୍ଥ ହେଲେଣି । ସେହିପରି 9 ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ରାଜ୍ୟରେ ପୁଣି 75 କୋରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରେ ସର୍ବାଧିକ 18
ରାଜ୍ୟରେ ପୁଣି 75 କୋରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରେ ସର୍ବାଧିକ 18

By

Published : Jun 7, 2020, 10:49 AM IST

Updated : Jun 7, 2020, 1:34 PM IST

ଭୁବନେଶ୍ବର: ରାଜ୍ୟରେ ରବିବାର 16ଟି ଜିଲ୍ଲାରେ 75 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2856ରେ ପହଞ୍ଚିଛି । ଅନ୍ୟପକ୍ଷରେ 1129ଟି ସକ୍ରିୟ ମାମଲା ରହିଥିବା ବେଳେ 1716ଜଣ ସୁସ୍ଥ ହେଲେଣି । ସେହିପରି 9 ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଗଞ୍ଜାମରୁ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ପୁଣି 75 କୋରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରେ ସର୍ବାଧିକ 18
ରାଜ୍ୟରେ ପୁଣି 75 କୋରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରେ ସର୍ବାଧିକ 18

ଆଜି(ରବିବାର) 16 ଜିଲ୍ଲାରେ 75 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 72ଜଣ ଆକ୍ରାନ୍ତ ରହିଥିବା ବେଳେ 3 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ପୁଣି 75 କୋରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରେ ସର୍ବାଧିକ 18

ଜଗତସିଂହପୁରରେ 2 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ 18 ଜଣ, କୋରାପୁଟରେ 2, ଯାଜପୁରରେ 7, କେନ୍ଦୁଝରରେ 1, ଗଂଜାମରେ 1, ନୟାଗଡରେ 4, କଟକ 5, ଅନୁଗୋଳରେ 2, ଢେଙ୍କାନାଳ 2, ବଲାଙ୍ଗୀରରେ 5, ସୁନ୍ଦରଗଡରେ 18, ପୁରୀରେ 1, ନୂଆପଡାରେ 1, ସୋନପୁରରେ 3, କେନ୍ଦ୍ରାପଡାରେ 3 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 176098 ଟି ନମୁନା ପରୀକ୍ଷା ହୋଇଛି ।

ଏହାସହ ରାଜ୍ୟ ରାଜଧାନୀରୁ ପୁଣି 2 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଦୁଇଜଣ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ ଓ ସେମାନେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି । ରାଜଧାନୀ ଆକ୍ରାନ୍ତ ଦୁଇ ଜଣ ପଟିଆ ଅଞ୍ଚଳର ବୋଲି ଜଣାପଡିଛି । ଜଣେ 40 ବର୍ଷ ବୟସ୍କ ପୁରୁଷ ହୋଇଥିବା ବେଳେ ଅନ୍ୟ ଜଣେ 8 ବର୍ଷର ଶିଶୁ ହୋଇଥିବା ସୂଚନା ମିଳିଛି । ଉଭୟ ଦିଲ୍ଲୀ ଦିଲ୍ଲୀରୁ ଫେରିବା ପରେ କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଅନ୍ୟପଟେ ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା 88 ରହିଥିବା ବେଳେ 51 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 34ଟି ସକ୍ରିୟ ମାମଲା ରହିଥିବା ବେଳେ 3 ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jun 7, 2020, 1:34 PM IST

ABOUT THE AUTHOR

...view details