ଓଡିଶା

odisha

ରାଜ୍ୟରେ ଆଉ 660 କୋରୋନା ଆକ୍ରାନ୍ତ ସୁସ୍ଥ

By

Published : Dec 2, 2020, 9:25 PM IST

ଆଜି ଆରୋଗ୍ୟ ହୋଇଛନ୍ତି 660 କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ଏବେ 3 ଲକ୍ଷ 13 ହଜାର 394 ରେ ପହଞ୍ଚିଛି । ଅଧିକ ପଢନ୍ତୁ..

ରାଜ୍ୟରେ ଆଉ 660 କୋରୋନା ଆକ୍ରାନ୍ତ ସୁସ୍ଥ
ରାଜ୍ୟରେ ଆଉ 660 କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଆଜି (ବୁଧବାର) ଆରୋଗ୍ୟ ହୋଇଛନ୍ତି 660 କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ଏବେ 3 ଲକ୍ଷ 13 ହଜାର 394 ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଆଜି ମୟୂରଭଞ୍ଜରେ ସର୍ବାଧିକ ଆରୋଗ୍ୟ ହୋଇଛନ୍ତି ।

ଆଜି 30 ଟି ଜିଲ୍ଲାରେ 660 ଜଣ କୋରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ଖୋର୍ଦ୍ଧାରେ 54ଜଣ, ସୁନ୍ଦରଗଡରେ 46, ମୟୂରଭଞ୍ଜରେ 56, ଅନୁଗୁଳରେ 55, ଜଗତସିଂହପୁରରେ 39, କଟକରେ 38, ନବରଙ୍ଗପୁରରେ 37, ନୂଆପଡାରେ 36, ଝରସୁଗୁଡ଼ାରେ 33, କେନ୍ଦୁଝରରେ 37, ପୁରୀରେ 23, ବଲାଙ୍ଗୀରରେ 42, କେନ୍ଦ୍ରାପଡାରେ 26, ଢେଙ୍କାନାଳରେ 16, ଗଞ୍ଜାମରେ 4 ଜଣ ଆରୋଗ୍ୟ ହୋଇଛନ୍ତି ।

ଏହାସହ ଭଦ୍ରକରେ 15, କଳାହାଣ୍ଡିରେ 11, ବରଗଡରେ 17, ଯାଜପୁର ରେ 17, ସମ୍ବଲପୁରରେ 23, ବାଲେଶ୍ବରରେ 38, କୋରାପୁଟରେ 4, ମାଲକାନଗିରିରେ 8,ରାୟଗଡାରେ 4, ସୋନପୁରରେ 2, ନୟାଗଡରେ 3, ଦେଓଗଡ଼ରେ 4, ଗଜପତିରେ 2, କନ୍ଧମାଳରେ 3, ଓ ଷ୍ଟେଟ ପୁଲରୁ 11 ଜଣ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ABOUT THE AUTHOR

...view details