ଓଡିଶା

odisha

କୋରୋନା ପଞ୍ଝାରୁ ଆରୋଗ୍ୟ ହେଲେ ଆଉ 4014, ଖୋର୍ଦ୍ଧାରେ ସର୍ବାଧିକ ସୁସ୍ଥ

By

Published : Sep 28, 2020, 8:19 PM IST

କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ 4014 ଆକ୍ରାନ୍ତ । ସୋମବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ 30 ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ 189 ରୋଗୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ପଞ୍ଝାରୁ ଆରୋଗ୍ୟ ହେଲେ ଆଉ 4014
କୋରୋନା ପଞ୍ଝାରୁ ଆରୋଗ୍ୟ ହେଲେ ଆଉ 4014

ଭୁବନେଶ୍ବର: କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ 4014 ଆକ୍ରାନ୍ତ । ସୋମବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ 30 ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ 189 ରୋଗୀ । ତେବେ ସମୁଦାୟ 177585 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଖୋର୍ଦ୍ଧାରେ ସର୍ବାଧିକ 545 ଜଣ ଆରୋଗ୍ୟ ହୋଇଥିବାବେଳେ କଟକରେ 404, ପୁରୀରେ 298, ଯାଜପୁରରେ 167, ଜଗତସିଂହପୁରରେ 212, ମୟୂରଭଞ୍ଜରେ 159, ସମ୍ବଲପୁରରେ 157, ଅନୁଗୋଳରେ 143, ବାଲେଶ୍ୱରରେ 131, କନ୍ଧମାଳରେ 130, ଝାରସୁଗୁଡାରେ 124, କେନ୍ଦ୍ରାପଡାରେ 119, ବରଗଡ 113, କଳାହାଣ୍ଡି 90, ଢେଙ୍କାନାଳ 86 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରେ 86, କୋରାପୁଟରେ 81, ନୂଆପଡାରେ 80, ସୁବର୍ଣ୍ଣପୁରରେ 78, ବଲାଙ୍ଗିରରେ 75, ଭଦ୍ରକରେ 73, କେନ୍ଦୁଝରରେ 73, ସୁନ୍ଦରଗଡରେ 68, ମାଲକାନଗିରିରେ 53, ନୟାଗଡରେ 42, ଗଞ୍ଜାମରେ ଓ ରାୟଗଡାରେ 41 ଲେଖାଏଁ, ଗଜପତିରେ 31, ଦେବଗଡରେ 12, ଷ୍ଟେଟ ପୁଲ 189 ରୋଗୀ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 177585 ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details