ଓଡିଶା

odisha

ଆଜି ସୁସ୍ଥ ହେଲେ 270 କୋରୋନା ଆକ୍ରାନ୍ତ

By

Published : Jan 20, 2021, 9:15 PM IST

ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ 270 କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ ଏବେ ସୁଦ୍ଧା ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 330321ରେ ପହଞ୍ଚିଛି । ଅଧିକ ପଢନ୍ତୁ..

ଆଜି ସୁସ୍ଥ ହେଲେ 270  କୋରୋନା ଆକ୍ରାନ୍ତ
ଆଜି ସୁସ୍ଥ ହେଲେ 270 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି (ବୁଧବାର) ଆରୋଗ୍ୟ ହୋଇଛନ୍ତି ଆଉ 270 ଜଣ କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ ଏବେ ସୁଦ୍ଧା ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 330321ରେ ପହଞ୍ଚିଛି । ଆଜିର କୋରୋନା ସୁସ୍ଥ ଲିଷ୍ଟରେ ସର୍ବାଧିକ ସମ୍ବଲପୁରରରୁ ଅଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଆଜି 30 ଜିଲ୍ଲାରେ 270 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ସମ୍ବଲପୁରରୁ 37, ଅନୁଗୋଳରୁ 28, ବରଗଡରୁ 23, ପୁରୀରୁ 20, ଝାରଗୁଡାରୁ 17, ସୁନ୍ଦରଗଡରୁ 14 , ଗଜପତି, ଯାଜପୁର, କନ୍ଧମାଳ ଓ ଖୋର୍ଦ୍ଧାରୁ 10 ଲେଖାଏଁ ଏବଂ ବାଲେଶ୍ବର ଓ କୋରାପୁଟରୁ 9 ଜଣ ଲେଖାଏଁ ଭଲ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜ, ରାୟଗଡାରୁ 9 ଜଣ ଲେଖାଏଁ , ବଲାଙ୍ଗୀର, କଳାହାଣ୍ଡିରୁ 8 ଜଣ ଲେଖାଏଁ , କଟକ, କେନ୍ଦ୍ରାପଡା , ନୂଆପଡାରୁ 5 ଜଣ, ମାଲକାନଗିରି, ସୋନପୁରରୁ 4 ଜଣ, ଭଦ୍ରକ, ଦେଓଗଡ, ଜଗତସିଂହପୁରରୁ 3 ଲେଖାଏଁ, ଗଞ୍ଜାମରୁ 2 , ବୌଦ୍ଧ, କେନ୍ଦୁଝର, ନୟାଗଡରୁ ଜଣେ ଏବଂ ଷ୍ଟେଟ ପୁଲରୁ 1 ଜଣ ସୁସ୍ଥ ହୋଇ ଆଜି ଘରକୁ ଫେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details