ଭୁବନେଶ୍ବର: ଆଜି(ସୋମବାର)ରାଜ୍ୟରେ ସୁସ୍ଥ ହେଲେ 2,577 କୋରୋନା ଆକ୍ରାନ୍ତ । ଯେଉଁଥିରେ ସର୍ବାଧିକ କଟକରୁ ଅଧିକ ସୁସ୍ଥ ହୋଇ ଫେରିଛନ୍ତି । ଯାହାକୁ ମିଶାଇ ରାଜ୍ୟରେ କୋରୋନା ଆରୋଗ୍ୟରେ 2 ଲକ୍ଷ ମାଇଲଖୁଣ୍ଟ ଛୁଇଁ ସାରିଛି । ଏବେ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 2,30,193 ରହିଛି ।
ଆଜି 30ଟି ଜିଲ୍ଲାରୁ ସୁସ୍ଥଙ୍କ ମଧ୍ୟରେ କଟକରେ ସର୍ବାଧିକ 244 ଜଣ ଆରୋଗ୍ୟ ହୋଇଛନ୍ତି । ସେହିଭଳି ଯାଜପୁରରେ 137, ଖୋର୍ଦ୍ଧାରେ 124, ବାଲେଶ୍ବରରେ 120, ସମ୍ବଲପୁରରେ 120, କେନ୍ଦ୍ରାପଡା ଓ ପୁରୀରେ 114, ସୁନ୍ଦରଗଡରେ 111, ଅନୁଗୁଳରେ 108, ବଲାଙ୍ଗୀରରେ 103, ମୟୂରଭଞ୍ଜରେ 101, ବରଗଡରେ 97, ନୂଆପଡାରେ 90, ନବରଙ୍ଗପୁରରେ 81, କେନ୍ଦୁଝରରେ 74 ଜଣ ସୁସ୍ଥ ହୋଇଛନ୍ତି ।