ଭୁବନେଶ୍ବର: ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୧୫ ତାରିଖ ସୁଦ୍ଧା ରାଜ୍ୟର ପୌରାଞ୍ଚଳଗୁଡି଼କରେ ଆଉ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧୯୯୯ଟି ୱାର୍ଡରେ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ ସ୍ଥାପନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ୧୮୦୦ ୱାର୍ଡରେ ୨୨,୦୮୯ ଟି ସ୍ଥାନ ଚିହ୍ନଟ ହୋଇଥିବାବେଳେ ଅବଶିଷ୍ଟ କାର୍ଯ୍ୟ ତୁରନ୍ତ ସାରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ବୈଠକରେ ମୁକ୍ତା, ଜାଗା ମିଶନ୍, ଆହାର, ଏଲଇଡି ଷ୍ଟ୍ରିଟ୍ ଆଲୋକ ବ୍ୟବସ୍ଥା ଓ ପରିମଳ ଆଦିର ସମୀକ୍ଷା କରାଯାଇଛି । ପୌରାଞ୍ଚଳଗୁଡ଼ିକର ପ୍ରତ୍ୟେକ ବସ୍ତି ଏବଂ ବିଜୁ ଆଦର୍ଶ କଲୋନୀରେ ଘରୋଇ ଗୋଷ୍ଠି ଶୌଚାଳୟ ର୍ନିମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।