ଭୁବନେଶ୍ବର:ଆଜି(ବୁଧବାର) ରାଜ୍ୟରେ 2 ହଜାର 9 ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ନୂଆପଡା ଜିଲ୍ଲାରେ ସୁସ୍ଥସଂଖ୍ୟା ସର୍ବାଧିକ 274 ରହିଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷ 51 ହଜାର 386ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ନୂଆପଡାରେ ସୁସ୍ଥ ସଂଖ୍ୟା ସର୍ବାଧିକ ଥିବାବେଳେ କ୍ରମାନୁସାରେ ସୁନ୍ଦରଗଡରୁ 266 ଜଣ, ଖୋର୍ଦ୍ଧାରୁ 206, କେନ୍ଦୁଝରରୁ 152, ସମ୍ବଲପୁରରୁ 121, କଳାହାଣ୍ଡିରୁ 113, ବରଗଡରୁ 108, ପୁରୀରୁ 107, ବଲାଙ୍ଗୀରରୁ 88, ବାଲେଶ୍ବରରୁ 80, ଝାରସୁଗୁଡାରୁ 64, କଟକରୁ 57, ନବରଙ୍ଗପୁରରୁ 52, ଗଞ୍ଜାମରୁ 42, ଯାଜପୁରରୁ 33, ଦେବଗଡରୁ 31, ରାୟଗଡାରୁ 28, ମୟୂରଭଞ୍ଜରୁ 26, ଅନୁଗୋଳରୁ 20, ଗଜପତିରୁ 19, କନ୍ଧମାଳରୁ 15, ସୋନପୁରରୁ 14, ଜଗତସିଂହପୁରରୁ 13, ଭଦ୍ରକରୁ 11, କୋରାପୁଟରୁ 9, ନୟାଗଡରୁ 8, ଢେଙ୍କାନାଳରୁ 3, କେନ୍ଦ୍ରାପଡାରୁ 2 ଏବଂ ମାଲକାନଗିରିରୁ ସର୍ବନିମ୍ନ ଜଣେ ସଂକ୍ରମିତ କୋରୋନା ମୁକ୍ତ ହୋଇଛନ୍ତି । ସେହିପରି ଷ୍ଟେଟପୁଲ ସୁସ୍ଥସଂଖ୍ୟା 46 ରହିଛି ।