ଓଡିଶା

odisha

ETV Bharat / city

ରାଜ୍ୟରେ ଆଉ 1346 କୋରୋନା ଆକ୍ରାନ୍ତ ସୁସ୍ଥ - H & FW Dept Odisha

ଆଜି(ରବିବାର) 30ଟି ଜିଲ୍ଲାରୁ 1 ହଜାର 346 କୋରୋନା ସଂକ୍ରମତି ସୁସ୍ଥ ହୋଇ ଫେରିଛନ୍ତି। ଏହାସହ ରାଜ୍ୟରେ ମୋଟ କୋରୋନାରୁ ଆରୋଗ୍ୟ ସଂଖ୍ୟା 2 ଲକ୍ଷ 97 ହଜାର 862କୁ ବୃଦ୍ଧି ପାଇଛି। ଅଧିକ ପଢ଼ନ୍ତୁ...

ରାଜ୍ୟରେ ଆଉ 1346 କରୋନା ସଂକ୍ରମିତ ସୁସ୍ଥ ହୋଇ ଫେରିଲେ
ରାଜ୍ୟରେ ଆଉ 1346 କରୋନା ସଂକ୍ରମିତ ସୁସ୍ଥ ହୋଇ ଫେରିଲେ

By

Published : Nov 15, 2020, 9:25 PM IST

ଭୁବନେଶ୍ବର: ଆଜି(ରବିବାର) 30ଟି ଜିଲ୍ଲାରୁ 1 ହଜାର 346 କୋରୋନା ସଂକ୍ରମତି ସୁସ୍ଥ ହୋଇ ଫେରିଛନ୍ତି । ଏହାସହ ରାଜ୍ୟରେ ମୋଟ କୋରୋନାରୁ ଆରୋଗ୍ୟ ସଂଖ୍ୟା 2 ଲକ୍ଷ 97 ହଜାର 862କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 264 ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି।

ସେହିଭଳି ସୁନ୍ଦରଗଡରେ 126, କଟକରେ 110, ଅନୁଗୁଳରେ 65, ବଲାଙ୍ଗୀରରେ 65, ପୁରୀରେ 63, ଜଗତସିଂହପୁରରେ 59, କେନ୍ଦ୍ରାପଡାରେ 54 ଓ ନୂଆପଡାରେ 52 ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାସହ ବରଗଡରେ 49, କେନ୍ଦୁଝରରେ 45, ସମ୍ବଲପୁରରେ 38, ମୟୁରଭଞ୍ଜରେ 35, ବାଲେଶ୍ବରରେ 34, ଯାଜପୁରରେ 34, କଳାହାଣ୍ଡିରେ 34, ନୟାଗଡ ରେ 31, ଭଦ୍ରକରେ 28, ଢେଙ୍କାନାଳରେ 16, କୋରାପୁଟରେ 16, ଝାରସୁଗୁଡ଼ାରେ 15, ମାଲକାନଗିରିରେ 15, ନବରଙ୍ଗପୁରରେ 15, ଗଞ୍ଜାମରେ 14 ଓ ସୋନପୁରରେ 11 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ସେପଟେ କନ୍ଧମାଳରେ 9, ଗଜପତିରେ 6, ରାୟଗଡାରେ 6, ଦେଓଗଡ ରେ 4, ବୌଦ୍ଧରେ 3 ଓ ଷ୍ଟେଟ ପୁଲରେ 30 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ରାଜ୍ୟରେ କୋରୋନା ଆରୋଗ୍ୟ ସଂଖ୍ୟା 3 ଲକ୍ଷ ଛୁଇଁବାକୁ ଯାଉଛି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି 3 ଲକ୍ଷ 8 ହଜାର 659କୁ ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ 10 ହଜରା 563 ଆକ୍ଟିଭ କେସ ରହିଛି। କୋରୋନା ଭାଇରସକୁ ନେଇ ବାରମ୍ବାର ସଚେନତନ ରହିବାକୁ ପରାମର୍ଶ ଦେଉଛନ୍ତି ରାଜ୍ୟ ସରକାର।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details