ଭୁବନେଶ୍ବର: ଆସିଲା ଆଜିର(ରବିବାର) କୋରୋନା ସୁସ୍ଥ ରିପୋର୍ଟ । ରବିବାର ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୧,୦୪୩ ଜଣ କୋରୋନା ସଂକ୍ରମିତ । ନୂଆ ସୁସ୍ଥସଂଖ୍ୟାକୁ ମିଶାଇ ରାଜ୍ୟର ମୋଟ ସୁସ୍ଥସଂଖ୍ୟା ୯ ଲକ୍ଷ ୭୮ ହଜାର ୨୪୦କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୬ ଜଣ ସୁସ୍ଥ ।
ରାଜ୍ୟରୁ ଦିନକରେ ସୁସ୍ଥ ହେଲେ ୧,୦୪୩ ସଂକ୍ରମିତ - ୧୦୪୩ ଆକ୍ରାନ୍ତ ସୁସ୍ଥ
ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୧,୦୪୩ ଜଣ କୋରୋନା ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥସଂଖ୍ୟା ସର୍ବାଧିକ । ଅଧିକ ପଢନ୍ତୁ...
Corona report: ସୁସ୍ଥ ହେଲେ ଆଉ ୧୦୪୩ ସଂକ୍ରମିତ
ଖୋର୍ଦ୍ଧା ପରେ କଟକରୁ ସର୍ବାଧିକ ୮୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଯାଜପୁରରୁ ୬୭, ବାଲେଶ୍ବରରୁ ୫୮, ଜଗତସିଂହପୁରରୁ ୫୭, ପୁରୀରୁ ୪୬, ମୟୂରଭଞ୍ଜରୁ ୩୨, କେନ୍ଦ୍ରାପଡାରୁ ୩୧, ଅନୁଗୋଳରୁ ୨୬, ଭଦ୍ରକରୁ ୨୦, ସୁନ୍ଦରଗଡରୁ ୧୯, କନ୍ଧମାଳରୁ ୧୭, ରାୟଗଡାରୁ ୧୩, କେନ୍ଦୁଝରରୁ ୧୨, ଢେଙ୍କାନାଳରୁ ୧୦, ନୟାଗଡରୁ ୯, ନବରଙ୍ଗପୁରରୁ ୭, ବଲାଙ୍ଗୀରରୁ ୬, ଗଞ୍ଜାମରୁ ୫, ଝାରସୁଗୁଡାରୁ ୫, କୋରାପୁଟରୁ ୫, ମାଲକାନଗିରିରୁ ୫, ବୌଦ୍ଧରୁ ୩, କଳାହାଣ୍ଡିରୁ ୨, ବରଗଡ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସୁସ୍ଥଙ୍କ ସଂଖ୍ୟା ୮୪ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ