ଓଡିଶା

odisha

ETV Bharat / city

ମଧ୍ୟାହ୍ନ ଭୋଜନ ପାଇଁ ୧୦୬୨ କୋଟି ଟଙ୍କା ବାର୍ଷିକ ଅଟକଳ ମଞ୍ଜୁରୀ - ମଧ୍ୟାହ୍ନ ଭୋଜନ ବାର୍ଷିକ ଅଟକଳ

ଓଡ଼ିଶା ରାଜ୍ୟ ପାଇଁ ମଧ୍ୟାହ୍ନ ଭୋଜନ ବାର୍ଷିକ ଅଟକଳ ଓ ଯୋଜନା ବୈଠକ ଅନୁଷ୍ଠିତ । ଅଧିକ ପଢ଼ନ୍ତୁ...

annual expenditure for MDM, annual expenditure granted,  mid day meal in odisha, ଏମଡିଏମ, ମଧ୍ୟାହ୍ନ ଭୋଜନ, ମଧ୍ୟାହ୍ନ ଭୋଜନ ବାର୍ଷିକ ଅଟକଳ, ସଚିବ ସତ୍ୟବ୍ରତ ସାହୁ
ମଧ୍ୟାହ୍ନ ଭୋଜନ ପାଇଁ ବାର୍ଷିକ ଅଟକଳ ମଞ୍ଜୁରୀ

By

Published : Jul 7, 2021, 9:07 PM IST

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ପାଇଁ ମଧ୍ୟାହ୍ନ ଭୋଜନ ବାର୍ଷିକ ଅଟକଳ ଓ ଯୋଜନା ବୈଠକ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଦ୍ବାରା ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଭାରତ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ବିଭାଗୀୟ ସଚିବ ଅନିତା କରୱାଲ୍‌ ଅଧ୍ୟକ୍ଷତା କରିଛନ୍ତି ।

ଯୁଗ୍ମ ସଚିବ ରାମଚନ୍ଦ୍ର ମୀନା, ନିର୍ଦ୍ଦେଶକ ବିଜୟ ଭାସ୍କର ଗୁରାଲା ଓ ଅନ୍ୟ ପଦାଧିକାରୀମାନେ ରହି ଓଡ଼ିଶା ମଧ୍ୟାହ୍ନ ଭୋଜନ ପରିଚାଳନା ଓ ବାର୍ଷିକ ଅଟକଳ ନେଇ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ରାଜ୍ୟ ନୋଡାଲ ଅଧିକାରୀ ବଜେଟ୍‌ ଉପସ୍ଥାପନ କରିବା ସହିତ ରାଜ୍ୟରେ ପ୍ରଚଳିତ ଥିବା ବିଭିନ୍ନ ଅଭିନବ ପଦକ୍ଷେପକୁ ଉପସ୍ଥାପନ କରିଛନ୍ତି ।

ଶିକ୍ଷା ସଚିବ ଅନିତା କରୱାଲ୍‌ ଓଡ଼ିଶାର ମଧ୍ୟାହ୍ନ ଭୋଜନ ସଚେତନତା ମେଳା, ରକ୍ତହୀନତା ଦୂରୀକରଣ ଅଭିଯାନ, ମଲଫି ଟ୍ୟାପ୍‌ ମଲଫି କ୍ୟାପ୍‌ ହାତଧୁଆ ଯୋଜନା, କିଚେନ୍‌ ଗାର୍ଡେନ୍‌, ରନ୍ଧନ ଗ୍ୟାସ ସଂଯୋଗ, ସ୍ବୟଂ ସହାୟକ ଗୋଷ୍ଠୀଙ୍କର ମଧ୍ୟାହ୍ନ ଭୋଜନ ପରିଚାଳନାରେ ଭୂମିକା, ମଧ୍ୟାହ୍ନ ଭୋଜନର ଗୁଣବତ୍ତା ଓ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ବିଶ୍ବ ଖାଦ୍ୟ ସଂଗଠନ, ୟୁନିସେଫ୍‌, ଅକ୍ଷୟ ପାତ୍ର ଫାଉଣ୍ଡେସନ୍‌ ଟ୍ରଷ୍ଟ, ମାନ୍ନା ଟ୍ରଷ୍ଟ ଇତ୍ୟାଦିଙ୍କର ସହଭାଗିତାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

ରାଜ୍ୟ ପକ୍ଷରୁ ଉପସ୍ଥାପନ କରାଯାଇଥିବା ୧୦୬୨ କୋଟି ଟଙ୍କାର ମଧ୍ୟାହ୍ନ ଭୋଜନ ବାର୍ଷିକ ଆର୍ଥିକ ଅଟକଳ ଯୋଜନାକୁ ବିଚାରକୁ ନେଇ ଯଥାଶୀଘ୍ର କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପଦକ୍ଷେପ ନେବେ ବୋଲି ସହମତି ପ୍ରକାଶ କରିଛନ୍ତି । ଏତଦ୍‌ବ୍ୟତୀତ ଓଡ଼ିଶାରେ ଏସ୍‌ସିଇଆର୍‌ଟି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଛାତ୍ରଛାତ୍ରୀ ମାନଙ୍କର ବିକଳ୍ପ ଇଣ୍ଟର୍ଣ୍ଣସିପ୍‌ ପ୍ରୋଗ୍ରାମ’କୁ ଏକ ପ୍ରଶଂସନୀୟ ପ୍ରୟାସ ବୋଲି କହିଛନ୍ତି । ଭାରତ ସରକାରଙ୍କ ଦ୍ବାରା ତିଆରି ହେବାକୁ ଥିବା କରିକୁଲମ୍‌ରେ ଓଡ଼ିଶାକୁ ଅଗ୍ରଣୀ ଭୂମିକା ନେବାକୁ ଆହ୍ବାନ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details