ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଦ୍ଵାରା ପ୍ରଭାବିତ ଗରିବ ଲୋକଙ୍କୁ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ମୋଟ 2200 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
କୋରୋନା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
15:59 March 27
କୋରୋନା ପାଇଁ 2200 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ
ଖାଦ୍ୟ ସୁରକ୍ଷା ଯୋଜନାରେ 94 ଲକ୍ଷ ହିତାଧିକାରୀଙ୍କୁ ହଜାରେ ଟଙ୍କା ଲେଖାଏଁ ମିଳିବ। ଏ ବାବଦକୁ 940 କୋଟି ଟଙ୍କା ଖର୍ଚ୍ଚ ହେବ। ସାମାଜିକ ସୁରକ୍ଷା ଯୋଜନାରେ 48 ଲକ୍ଷ ଲୋକଙ୍କୁ 4 ମାସର ଭତ୍ତା ଆଗୁଆ ଦିଆଯାଇଛି। ଏ ବାବଦକୁ 932 କୋଟି ଖର୍ଚ୍ଚ ହେବ।
ସେହିପରି 22 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ 1500 ଟଙ୍କା ଦିଆଯିବ। ଏ ବାବଦକୁ 330 କୋଟି ଟଙ୍କା ଖର୍ଚ୍ଚ ହେବ। ସେପଟେ ଏହି ବିପତି ସମୟରେ ସମସ୍ତେ ଘରେ ରହିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ