ଓଡିଶା

odisha

ETV Bharat / city

ଓଡିଶା ଆସୁଛନ୍ତି ଆନ୍ନା ହଜାରେ ! କୃଷକ ସମାବେଶରେ ହେବେ ସାମିଲ - କୃଷକ ସମାବେଶରେ ଯୋଗ ଦେବେ ଆନ୍ନା

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆୟୋଜିତ ହେବାକୁ ଥିବା ସମାବେଶରେ ସାମିଲ ହୋଇପାରନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । ଏନେଇ ଆସନ୍ତା 6ରେ ଭୁବନେଶ୍ବର ଆସିବା ନେଇ ସୂଚନା ମିଳିଛି ।

ଫାଇଲ ଫଟୋ

By

Published : Nov 2, 2019, 9:00 AM IST

ଭୁବନେଶ୍ବର: ଆସନ୍ତା 6ରେ ଓଡ଼ିଶା ଆସିବେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । ଭୁବନେଶ୍ବର ବରମୁଣ୍ଡା ପଡିଆରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆୟୋଜିତ ହେବାକୁ ଥିବା ସମାବେଶରେ ଯୋଗ ଦେବାର ସୂଚନା ରହିଛି । ପ୍ରାଇସ, ପେଷ୍ଟିଜ ଓ ପେନସନ ଦାବିରେ ନବ ନିର୍ମାଣ କୃଷକଙ୍କ ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗ ଦେବେ ।

ନବନିର୍ମାଣ ସଙ୍ଗଠନର ଏହି ଦ୍ବିତୀୟ ରାଷ୍ଟ୍ରୀୟ ସମ୍ମିଳନୀ । ଏହି ସମାବେଶରେ ରାଜ୍ୟର ବହୁ ଚାଷୀ ଗର୍ଜନ କରିବେ । ଏନେଇ ସୂଚନା ଦେଇଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ।

ସେପଟେ, ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ସହ କୁମାର ଅଭିଯୋଗ କରିଛନ୍ତି, ଯେ ଗତ 5ମାସ ହେବ ଚାଷୀଙ୍କୁ କାଳିଆ ଟଙ୍କା ମିଳିପାରି ନାାହିଁ । ଏପରିକି ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଲାଗୁ କରାଯାଇନଥିବାର ସେ କହିଛନ୍ତି ।

ABOUT THE AUTHOR

...view details