ଭୁବନେଶ୍ବର: ଗତ 21 ଦିନରୁ ଉର୍ଦ୍ଧ୍ବ ସମୟ ଧରି ନିଜ ଦାବି ହାସଲ କରିବା ପାଇଁ ଆନ୍ଦୋଳନ କରୁଥିବା ଏଏନଏମ ସ୍ବାସ୍ଥ୍ୟକର୍ମୀମାନେ ଆଜି ରାଜଧାନୀ ରାସ୍ତାରେ ପାଳିଛନ୍ତି ମାଣବସା ଗୁରୁବାର । ଆଜକୁ ତିନି ପାଳି ହେବ ମା' ଲକ୍ଷ୍ମୀଙ୍କ ପୂଜା କରି ଆସୁଥିବା 6 ହଜାରରୁ ଉର୍ଦ୍ଧ୍ବ ସ୍ବାସ୍ଥ୍ୟକର୍ମୀମାନେ ସରକାରଙ୍କ ନିକଟରେ ନିଜ ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ କଥା ଶୁଣା ଯାଉନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଏଯାବତ୍ ପ୍ରାୟ 30ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି ହେଲେଣି ।
ପୁଣି ରାଜରାସ୍ତାରେ ମାଣ ବସାଇଲେ ସ୍ୱାସ୍ଥ୍ୟକର୍ମୀ - ଭୁବନେଶ୍ବର
21 ଦିନରୁ ଉର୍ଦ୍ଧ୍ବ ସମୟ ଧରି ନିଜ ଦାବି ହାସଲ କରିବା ପାଇଁ ଆନ୍ଦୋଳନ କରୁଥିବା ଏଏନଏମ ସ୍ବାସ୍ଥ୍ୟକର୍ମୀମାନେ ଆଜି ରାଜଧାନୀ ରାସ୍ତାରେ ପାଳିଛନ୍ତି ମାଣବସା ଗୁରୁବାର । ଯେତେଦିନ ପର୍ଯ୍ୟନ୍ତ ସେମାନଙ୍କ ଦାବି ନ ଶୁଣା ଯାଇଛି ସେତେଦିନ ପର୍ଯ୍ୟନ୍ତ ସେମାନେ ଧାରଣା ଜାରି ରଖିବେ ବୋଲି କହିଛନ୍ତି ।
ତେବେ ଆଜି ଗୁରୁବାର ଥିବାରୁ ରାଜରାସ୍ତାରେ ପଡିଛି ସୁନ୍ଦର ସୁନ୍ଦର ଝୋଟି । ଅଙ୍କା ହୋଇଛି ମା ଲକ୍ଷ୍ମୀଙ୍କ ସୁନ୍ଦର ପାଦ ଚିହ୍ନ । ମା'ଙ୍କ ପାଇଁ ସୁନ୍ଦର ଆସ୍ଥାନ କରି ଫୁଲ, ଧୂପ ଓ ଦୀପ ଦିଆଯାଇ କରାଯାଉଛି ଆରଧନା । ଲକ୍ଷ୍ମୀ ପୁରାଣ ସହ ହୁଳହୁଳିରେ ଉଚ୍ଛୁଳି ପଡୁଛି ବିଧାନସଭା ସମ୍ମୁଖ ଗାନ୍ଧୀ ମାର୍ଗ । ତେବେ ଯେତେଦିନ ପର୍ଯ୍ୟନ୍ତ ସେମାନଙ୍କ ଦାବି ନ ଶୁଣା ଯାଇଛି ସେତେଦିନ ପର୍ଯ୍ୟନ୍ତ ସେମାନେ ଏହି ଠାରେ ଖରା,ଶୀତ କାକରକୁ ଖାତିର ନକରି ଧାରଣା ଜାରି ରଖିବେ ବୋଲି ସ୍ବାସ୍ଥ୍ୟକର୍ମୀମାନେ କହିଛନ୍ତି । ସରକାରଙ୍କ ଏଭଳି ଅବହେଳା ରାଜ୍ୟରେ ସରକାରଙ୍କ ସ୍ୱାସ୍ଥ୍ୟସେବାପ୍ରତି ଥିବା ମନୋଭାବକୁ ପ୍ରତିଫଳିତ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ