ଓଡିଶା

odisha

By

Published : Sep 27, 2022, 11:57 AM IST

Updated : Sep 27, 2022, 12:29 PM IST

ETV Bharat / city

ରିଲିଜ ପୂର୍ବରୁ ବିବାଦରେ ଓଡିଆ ୱେବ୍‌ସିରିଜ ବାରଙ୍ଗ ୧୯୯୯

ବିବାଦରେ ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ-୧୯୯୯’। ଓଡିଶାର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ ଘଟଣାକୁ ନେଇ ଏହି ସିନେମା ପ୍ରସ୍ତୁତ ହେଉଥିବା ଗଣମାଧ୍ୟମରେ ଆସିବା ପରେ ଦେଖାଯାଇଛି ବିବାଦ । ଅଧିକ ପଢନ୍ତୁ

ରିଲିଜ ପୂର୍ବରୁ ବିବାଦରେ ଓଡିଆ ୱେବ୍‌ସିରିଜ ବାରଙ୍ଗ ୧୯୯୯
ରିଲିଜ ପୂର୍ବରୁ ବିବାଦରେ ଓଡିଆ ୱେବ୍‌ସିରିଜ ‘ବାରଙ୍ଗ ୧୯୯୯’

ଭୁବନେଶ୍ବର: ବିବାଦରେ ୱେବ୍‌ସିରିଜ ‘ବାରଙ୍ଗ-୧୯୯୯’। ଓଡିଶାର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ ଘଟଣାକୁ ନେଇ ପ୍ରସ୍ତୁତ ହେଉଛି ଏହି ୱେବ୍‌ସିରିଜ । ତେବେ ଏହା ଗଣମାଧ୍ୟମରେ ଆସିବା ପରେ ଦେଖାଯାଇଛି ବିବାଦ । ଓଟିଟି ପ୍ଲାଟଫର୍ମ ରେ ଅଞ୍ଜନା ମିଶ୍ରଙ୍କ ଜୀବନ କାହାଣୀକୁ ନେଇ ୱେବ୍‌ସିରିଜ ନିର୍ମାଣ ହେଉଥିବାରୁ ମୁହଁ ଖୋଲିଛନ୍ତି ଅଞ୍ଜନା ମିଶ୍ର । ମୋର ଅନୁମତି ବିନା ବା ମତେ କିଛି ଜଣାନଥିବା ବେଳେ ମୋ ଉପରେ କିଭଳି ଚଳଚ୍ଚିତ୍ର ନିର୍ମାଣ ହେଉଛି ଏନେଇ ପ୍ରଶ୍ନ କରିଛନ୍ତି ଅଞ୍ଜନା ।

ତେବେ ଏନେଇ ସଞ୍ଜନା ମିଶ୍ର କହିଛନ୍ତି, "ମୋ ଜୀବନ କାହାଣୀକୁ ନେଇ ଓଟିଟି ପ୍ଲାଟଫର୍ମରେ ସିନେମା ହେବା ଖବର କାଗଜରୁ ପଢ଼ିଲି । ଏହି ଖବର ମତେ ବ୍ୟଥିତ କରିଛି । ତେଣୁ ମତେ ନେଇ ଏଭଳି ଚଳଚ୍ଚିତ୍ର ନିର୍ମାଣ କରାନଯାଉ ବୋଲି ସିଧାସଳଖ ମନା କରିଛନ୍ତି । ଏପରିକି ତାଙ୍କୁ ଜଣାଇଲେ ମଧ୍ୟ ମୁଁ ମୋ କାହାଣୀକୁ ନେଇ କୌଣସି ଚଳଚ୍ଚିତ୍ର ପ୍ରସ୍ତୁତିର ସପକ୍ଷରେ ନାହିଁ । କାରଣ ଏଭଳି ହେଲେ ମୋର ସମ୍ମାନ ଓ ପୁରୁଣା କଥା ମନେ ପଡିବ । ଆଉ ମତେ ନେଇ ପୁଣି ଥରେ ଆଲୋଚନା ଓ ସମାଲୋଚନା ଆରମ୍ଭ ହେବ । ତେଣୁ ମୁଁ ଏନେଇ କୌଣସି ସହମତ ପ୍ରକାଶ କରୁନାହିଁ । ତେବେ ଯେଉଁମାନେ କରୁଛନ୍ତି ମୁଁ ସେମାନଙ୍କୁ ଜାଣିନାହିଁ । ତେଣୁ ତାଗିଦ ସହ ଆବଶ୍ୟକ ପଡିଲେ କୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ଅଞ୍ଜନା ମିଶ୍ର ।

ରିଲିଜ ପୂର୍ବରୁ ବିବାଦରେ ଓଡିଆ ୱେବ୍‌ସିରିଜ ବାରଙ୍ଗ ୧୯୯୯

ଅନ୍ୟପଟେ ସିନେମା ର ପ୍ରଯୋଜକ ଅକ୍ଷୟ ପରିଜା କହିଛନ୍ତି, "ଯେ ଆମେ ସବୁବେଳେ ଓଡିଶାର ମୌଳିକ କାହାଣୀକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତି କରିଥାଉ । ଆଉ ଏହି ଚଳଚ୍ଚିତ୍ର ସେହିପରି ଏକ ମୌଳିକ କାହାଣୀ । ଯେଉଁଥିରେ ଦର୍ଶକ ସମାଜର ସବୁ ବର୍ଗର ଲୋକଙ୍କ କାହାଣୀ ବା ନିଜକୁ ପାଇବେ । ଏଥିରେ ଆମେ କୌଣସି ରାଜନୈତିକ ଦଳ ବା ବ୍ୟକ୍ତବିଶେଷଙ୍କୁ ଆକ୍ଷେପ କରିବା ଆମର ଉଦ୍ଦେଶ୍ୟ ନୁହେଁ, କି କାହାକୁ ସମାଲୋଚନା କରିନାହୁଁ। କି କାହାର ମର୍ଯ୍ୟାଦା ହାନି କରିନାହୁଁ । ବିଶେଷ ଭାବେ ଏଥିରେ ପୋଲିସ କୋର୍ଟ ବା ଆଇନରେ ଶକ୍ତି ଓ ସାଧାରଣ ଲୋକଙ୍କ ଆଇନ ଉପରେ ଥିବା ବିସ୍ବାସ ବିଷୟରେ ଦର୍ଶାଯାଇଛି । ତେଣୁ ଲୋକମାନେ ଏହାକୁ ଦେଖନ୍ତୁ ତାପରେ ପ୍ରତିକ୍ରିୟା ରଖିବେ ଆଉ ବିରୋଧ ବା ସମାଲୋଚନା କରିବେ । ଏହା ତାଙ୍କୁ ଓ ସବୁ ଦର୍ଶକଙ୍କୁ ମୋର ଆଶା କି ବେଶ ଭଲ ଲାଗିବ ।"

ତେବେ ୱେବ୍‌ସିରିଜ ‘ବାରଙ୍ଗ-୧୯୯୯’ ଟି କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଏନେଇ ପ୍ରଯୋଜକ ନିଜେ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ ଏହି ୱେବ୍‌ସିରିଜ କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବ । ଏଥିରେ ମୋଟ ୬ଟି ଏପିସୋଡରେ ପୂରା ଘଟଣା ପ୍ରସ୍ତୁତ କରାଯିବ । ଏନେଇ ଏବେବି କଳାକାରଙ୍କ ଚୟନ ଚାଲିଛି ବୋଲି ଅକ୍ଷୟ ପରିଜା କହିଛନ୍ତି । ଅନ୍ୟପଟେ ଏଥିରେ ଉଭୟ ବଲିଉଡ ଓ ଓଲିଉଡର ଆଗଧାଡ଼ିର କଳାକାର ଅଭିନୟ କରୁଥିବା ମଧ ଆଲୋଚନା ହେଉଛି । ସୂଚନା ମୁତାବକ ଥାନା ଓ ଅଦାଲତରୁ ମିଳିଥିବା ତଥ୍ୟ ଆଧାରରେ ଏହି ୱେବ୍‌ସିରିଜ ପ୍ରସ୍ତୁତ । ଅଞ୍ଜନା ମିଶ୍ରଙ୍କ ଘଟଣାରେ ଦୋଷୀଙ୍କୁ ଦଣ୍ଡ ମିଳିଛି । ଏହାପରେ ଉକ୍ତ ଘଟଣାକୁ ନେଇ ଆରମ୍ଭ ହୋଇଛି ୱେବ୍‌ ସିରିଜ୍‌ ।

ତେବେ ଏହି ୱେବ୍‌ସିରିଜ ମାର୍ଚ୍ଚ ୨୦୨୩ରେ ମୁକ୍ତିଲାଭ କରିବ ବୋଲି ଚର୍ଚ୍ଚା ହେଉଛି । ଏଥିରେ ଅଞ୍ଜନା ମିଶ୍ରଙ୍କ ଘଟଣା ଘଟିବା ପରଠାରୁ ସେ ଜାରି ରଖିଥିବା ସଂଘର୍ଷ ସହିତ ଉକ୍ତ ସମୟର ରାଜନୈତିକ ଉଷ୍ମତା ଓ ରାଜ୍ୟ ରାଜନୀତି ସ୍ଥିତି, ଜନସାଧାରଣଙ୍କ ପ୍ରତିକ୍ରିୟା ପ୍ରଭୃତି ସ୍ଥାନ ଦିଆଯାଇଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସିରିଜର ନିର୍ଦ୍ଦେଶକ ଅଜୟ ପାଢ଼ୀ, କାହାଣୀ ରଚନା ସରୋଜ ମହାପାତ୍ର କରିଥିବାବେଳେ ପରିକଳ୍ପନା କରିଛନ୍ତି ଦିଲୀପ ବିଶୋଇ ।

ତେବେ ଯଦି ଚର୍ଚ୍ଚା ମୁତାବିକ ରିଲିଜ ପଟରେ କାହାଣୀର ଚରିତ୍ର ହୋଇଥାଏ ତାହାଲେ ବେଶ୍ ସାଂଘାତିକ । ଏପରିକି ହୋଇପାରେ ରିଲିଜ ପୂର୍ବରୁ ଏହି ବିବାଦକୁ ସୁଧାରି ପାରନ୍ତି ପ୍ରଯୋଜକ । କାରଣ ଗଣମାଧ୍ୟମ ଅଞ୍ଜନା ମିଶ୍ରଙ୍କ ସହ ଏହି ସିନେମା ଜଡିତ କି ନାହିଁ ତା ଉପର ଏବେ କୌଣସି ମନ୍ତବ୍ୟ ଦେବି ନାହିଁ ବୋଲି କହିଛନ୍ତି ଅକ୍ଷୟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 27, 2022, 12:29 PM IST

ABOUT THE AUTHOR

...view details