ଭୁବନେଶ୍ବର: ଉଦଯାପିତ ହୋଇଛି ଅଞ୍ଜଳି ଇଣ୍ଟରନ୍ୟାସନାଲ ୟୁଥ ଫେଷ୍ଟିଭାଲ । ଦିବ୍ୟାଙ୍ଗ ପିଲାଙ୍କ ରଥଯାତ୍ରା ସହ ଶେଷ ହୋଇଛି ଅଞ୍ଜଳି ଇଣ୍ଟରନ୍ୟାସନାଲ ୟୁଥ ଫେଷ୍ଟିଭାଲ 2019 । ଶିଶୁ ଦିବସରୁ ରାଜ୍ୟରେ ଆରମ୍ଭ ହେଇଥିବା ଅଞ୍ଜଳି ଇଣ୍ଟରନ୍ୟାସନାଲ ୟୁଥ ଫେଷ୍ଟିଭାଲରେ ରାଜ୍ୟ ତଥା ଦେଶ ବିଦେଶରୁ ଭିନ୍ନକ୍ଷମ ପିଲାମାନେ ନିଜ ନିଜ ପାରିଦର୍ଶିତା ଓ ପାରଙ୍ଗମତା ଦେଖାଇଥିଲେ। ଚଳିତବର୍ଷ ଏହି ଫେଷ୍ଟିଭାଲର ଥିମ ଥିଲା ' ଲିଭ ଅଫ ଜଏ' ।
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅଞ୍ଜଳି ଇଣ୍ଟରନ୍ୟାସନାଲ ୟୁଥ ଫେଷ୍ଟିଭାଲ ରାଜଧାନୀ ଭୁବନେଶ୍ବରସ୍ଥିତ ସୈନିକ ସ୍କୁଲରୁ ଆରମ୍ଭ ହୋଇ ରେଳ ସଦମ ପର୍ଯ୍ୟନ୍ତ ଏକ ରାଲିରେ ବାହାରିଥିଲା। 15 ତାରିଖରେ ଛାତ୍ରଛାତ୍ରୀ ମିଶି ଇଦ ସେଲିବ୍ରେସନ କରିଥିବାବେଳେ ଶନିବାର କ୍ରିସମାସ ଓ ଶେଷଦିନରେ ରଥଯାତ୍ରା ପାଳନ କରାଯାଇଛି।