ଭୁବନେଶ୍ବର: ବଡଦିନରେ ସାନ୍ତାକ୍ଲଜ ସମସ୍ତଙ୍କୁ ଅର୍ଥାତ ବିଶେଷ କରି ଛୋଟ ପିଲାଙ୍କୁ ଉପହାର ଦେଇଥାନ୍ତି । ସମସ୍ତଙ୍କ
ଇଚ୍ଛା ମୁତାବକ ସେମାନଙ୍କୁ ଉପହାର ଦେଇଥାନ୍ତି । କିନ୍ତୁ, ନିର୍ବାକ ପଶୁର ଇଚ୍ଛାକୁ କିଏ ବା ବୁଝିଥାଏ । ଏପରି ନିର୍ବାକ ପଶୁଙ୍କ ପେଟର ଭୋକକୁ ବୁଝି ସ୍ବେଚ୍ଛାସେବୀ ମାନେ ଖାଦ୍ଯ ବଣ୍ଟନ କରିଛନ୍ତି ।
ସାନ୍ତାକ୍ଲଜ ସାଜି ନିର୍ବାକ ପଶୁଙ୍କୁ ଖାଦ୍ୟ ବାଣ୍ଟିଲେ ସେଚ୍ଛାସେବୀ - ସାନ୍ତାକ୍ଲଜ ହୋଇ ବୁଲା ପଶୁଙ୍କୁ ଖାଦ୍ୟ ବଣ୍ଟନ
ବଡଦିନରେ ସାନ୍ତାକ୍ଲଜ ସମସ୍ତଙ୍କୁ ଅର୍ଥାତ ବିଶେଷ କରି ଛୋଟ ପିଲାଙ୍କୁ ଉପହାର ଦେଇଥାନ୍ତି । ହେଲେ ଭୁବନେଶ୍ବରର animal welfare trust ekamra ସଂସ୍ଥା ଖ୍ରୀଷ୍ଟଙ୍କ ଜନ୍ମ ଦିନରେ ସହରର ବୁଲା ପଶୁଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ଅଧିକ ପଢନ୍ତୁ
ସାନ୍ତାକ୍ଲଜ ସାଜି ନିର୍ବାକ ପଶୁଙ୍କୁ ଖାଦ୍ୟ ବାଣ୍ଟିଲେ ସେଚ୍ଛାସେବୀ
ରାଜଧାନୀର ବିଭିନ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦିଆଯାଇଛି । animal welfare trust ekamra ସଂସ୍ଥା ପକ୍ଷରୁ ଲକଡାଉନ ସମୟରେ ବୁଲା କୁକୁରଙ୍କୁ ଖାଦ୍ୟ ଦିଆଯାଇଥିବା ବେଳେ ବଡଦିନ ବା ଖ୍ରୀଷ୍ଟଙ୍କ ଜନ୍ମଦିନରେ ମଧ୍ୟ ପେଟର ଭୋକକୁ ବୁଝି ଖାଦ୍ୟ ଯୋଗାଇ ଦିଆଯାଇଛି । ଏହାକୁ ନେଇ ସଂସ୍ଥାର କର୍ମକର୍ତ୍ତା ବେଶ ଖୁସି ହୋଇଥିବାବେଳେ ଖାଦ୍ୟ ଖାଇ ନିର୍ବାକ ପଶୁ ବି ବେଶ ଖୁସି ହୋଇଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ