ଓଡିଶା

odisha

ETV Bharat / city

ନିଷ୍ଠୁରତାର ସୀମା ଟପିଲା ମଣିଷ, ବିଲେଇ ଛୁଆକୁ ଦେଲା କୁକୁର ମୁହଁରେ - ଭୁବନେଶ୍ବର ନ୍ୟୁଜ

ଘରେ ବିଲେଇ ଛୁଆ ପଶିଯିବାରୁ ନିଜର କ୍ରୁରତା ଦେଖାଇଲା ମଣିଷ। ଶେଷର ବିଲେଇ ଛୁଆଟିକୁ କୁକୁରଙ୍କ ମୁହଁରେ ଦେଇଦେଲେ ବ୍ୟକ୍ତି ଜଣଙ୍କ । ଏଭଳି ଅମାନୁଷିକ ଦୃଶ୍ୟ ଦେଖିବାକୁ ମିଳିଛି ଇନଫୋସିଟି ଥାନା ପ୍ରଶାନ୍ତି ବିହାର ଅଞ୍ଚଳରେ । ଅଧିକ ପଢନ୍ତୁ...

ବିଲେଇ ଛୁଆକୁ ଦେଲା କୁକୁର ମୁହଁରେ
ବିଲେଇ ଛୁଆକୁ ଦେଲା କୁକୁର ମୁହଁରେବିଲେଇ ଛୁଆକୁ ଦେଲା କୁକୁର ମୁହଁରେ

By

Published : May 16, 2021, 6:22 PM IST

Updated : May 16, 2021, 8:19 PM IST

ଭୁବନଶ୍ବର: ହଜିଗଲା ମାନବିକତା । ସୀମା ଟପିଲା ନିଷ୍ଠୁରତା। ଘରେ ବିଲେଇ ଛୁଆ ପଶିଯିବାରୁ ନିଜର କ୍ରୁରତା ଦେଖାଇଲା ମଣିଷ। ଶେଷର ବିଲେଇ ଛୁଆଟିକୁ କୁକୁରଙ୍କ ମୁହଁରେ ଦେଇଦେଲେ ବ୍ୟକ୍ତି ଜଣଙ୍କ । ଏଭଳି ଅମାନୁଷିକ ଦୃଶ୍ୟ ଦେଖିବାକୁ ମିଳିଛି ଇନଫୋସିଟି ଥାନା ପ୍ରଶାନ୍ତି ବିହାର ଅଞ୍ଚଳରେ ।

ବିଲେଇ ଛୁଆକୁ ଦେଲା କୁକୁର ମୁହଁରେ

ଏଭଳି କ୍ରୁର କାଣ୍ଡ ଘଟାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଏମ୍ ବେହେରା । ସୂଚନା ଅନୁଯାୟୀ, ରବିବାର ବିଲେଇ ଛୁଆଟି ବାରମ୍ବାର ଏମ୍ ବେହେରାଙ୍କ ଘରେ ପଶିବାକୁ ଚେଷ୍ଟା କରୁଥିଲା । ଏଥିରେ ରାଗିଯାଇ ସେ ବିଲେଇ ଛୁଆଟିକୁ ରାସ୍ତାକୁ ଫୋଫାଡି ଦେଇଥିଲେ । କୁକୁରମାନେ ଆସୁଥିବା ଦେଖି ମଧ୍ୟ ସେ ଅତି ନୃଶଂସ ଭାବେ ଛୁଆ ବିଲେଇଟିକୁ କୁକୁର ମୁହଁରେ ଦେଇଥିଲେ ।

ବିଲେଇ ଛୁଆକୁ ଦେଲା କୁକୁର ମୁହଁରେ

ବିଲେଇ ଛୁଆଟିକୁ କୁକୁରମାନେ ଝୁଣି ଝୁଣି ଖାଉଥିବା ଦେଖି ମଧ୍ୟ ସେ ଛୁଆଟିକୁ ବଞ୍ଚାଇନଥିଲା। ସେହି ସମୟରେ ବିଲେଇ ଛୁଆଟିର ମା ଆସି ନିଜ ଛୁଆକୁ କୁକୁରଙ୍କ କବଳରୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ହାର ମାନିଥିଲା । ଶେଷରେ କୁକୁରମାନେ ବିଲେଇ ଛୁଆଟିକୁ ଝୁଣି ଝୁଣି ଖାଇଥିଲେ ।

ଏପଟେ ଘଟଣାର ମୁକସାକ୍ଷୀ ଥିବା ଗୌରବ ଉଦଗତ ନାମକ ବ୍ୟକ୍ତି ଏମ୍ ବେହେରାଙ୍କ ନାମରେ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏମ୍ ବେହେରାଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 16, 2021, 8:19 PM IST

ABOUT THE AUTHOR

...view details