ଭୁବନେଶ୍ବର:୧୩ଦଫା ଦାବି ନେଇ ରାଜଧାନୀର ଗାନ୍ଧୀମାର୍ଗରେ ଗର୍ଜିଲେ ୩୦ ହଜାର ଅଙ୍ଗନବାଡ଼ି କର୍ମୀ । ହାତରେ ପ୍ଲା-କାର୍ଡ ଧରି ସ୍ଲୋଗାନ ଦେଇ ରାଜରାସ୍ତାରେ ହଜାରହଜାର ଅଙ୍ଗନବାଡ଼ି ଓ ଆଶା କର୍ମୀ ରାଜରାସ୍ତାରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବାକୁ ଦାବି କରିଛି ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ସଂଘ ।
Anganwadi Workers Protest: ଗାନ୍ଧୀ ମାର୍ଗରେ ଗର୍ଜିଲେ ୩୦ ହଜାର ଅଙ୍ଗନବାଡି କର୍ମୀ - ସରକାରୀ କର୍ମଚାରୀ ଘୋଷଣା ଦାବି କଲେ ଅଙ୍ଗନବାଡ଼ି କର୍ମୀ
୧୩ ଦଫା ଦାବି ନେଇ ରାଜଧାନୀର ଗାନ୍ଧୀମାର୍ଗରେ ଗର୍ଜିଲେ ୩୦ ହଜାର ଅଙ୍ଗନବାଡ଼ି କର୍ମୀ । ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବାକୁ ଦାବି କରିଛି ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ସଂଘ । ଅଧିକ ପଢ଼ନ୍ତୁ
ଗାନ୍ଧୀମାର୍ଗରେ ଗର୍ଜିଲେ ୩୦ ଅଙ୍ଗନବାଡି କର୍ମୀ
ଗାନ୍ଧୀମାର୍ଗରେ ଗର୍ଜିଲେ ୩୦ ଅଙ୍ଗନବାଡି କର୍ମୀ
୧୩ ଦଫା ଦାବି ପୂରଣ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଓଡ଼ିଶା ଅଙ୍ଗନବାଡ଼ି ସଂଘ । କାମ ବେଳେ ମନେ ପକାଇ ଅନ୍ୟ ସମୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ରାଜ୍ୟ ସରକାର ଭୁଲି ଯାଉଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀ । ବର୍ଷବର୍ଷ ଧରି ଅଳ୍ପ ବେତନରେ କାମ କରୁଥିଲେ ସୁଦ୍ଦା ଅଙ୍ଗନବାଡି କର୍ମୀଙ୍କ ସ୍ଵାର୍ଥକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ଅଙ୍ଗନବାଡି଼ କର୍ମୀ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ