ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନି ବିଭାଗ, ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଲେ ଅଙ୍ଗନବାଡି ସଂଘ - ଶିଶୁ ବିକାଶ ମନ୍ତ୍ରୀଙ୍କୁ ଭେଟିଲେ ଅଙ୍ଗନବାଡି କର୍ମୀ

ଅଲ୍ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସାମୁଖ୍ୟର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ସମସ୍ୟା ଦୂର କରିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନି ବିଭାଗ, ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଲେ ଅଙ୍ଗନବାଡି ସଂଘ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନି ବିଭାଗ, ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଲେ ଅଙ୍ଗନବାଡି ସଂଘ

By

Published : Jun 25, 2022, 8:51 PM IST

ଭୁବନେଶ୍ବର : ଅଲ୍ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସାମୁଖ୍ୟର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା ହୋଇଥିଲା । ଆଲୋଚନାରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ସମସ୍ୟା ଦୂର କରିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ହେଲେ ବିଭାଗ ଏଥିପ୍ରତି ପଦକ୍ଷେପ ନେଇନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନି ବିଭାଗ, ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଲେ ଅଙ୍ଗନବାଡି ସଂଘ

ସରକାରଙ୍କ ବିଭିନ୍ନ ଯୋଜନାର ତୃଣମୂଳ ସ୍ତରରେ ସଫଳ ରୂପାୟନରେ ପ୍ରମୁଖ ଭୂମିକା ନେଉଛନ୍ତି ଅଙ୍ଗନବାଡି କର୍ମୀ ଓ ସହାୟିକା । କିନ୍ତୁ ସେମାନେ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ଫଳରେ ସେମାନଙ୍କର ଥିବା ଦୀର୍ଘ ଦିନର ଦାବି ପୂରଣ ହୋଇପାରୁନାହିଁ । ଯାହାକୁନେଇ ଅଙ୍ଗନବାଡି କର୍ମୀ ଓ ସହାୟିକା କ୍ଷୋଭ ପ୍ରକାଶ କରିଛନ୍ତି । ସାମୁଖ୍ୟ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ଦିନ ଧରି ଦରମା ବୃଦ୍ଧି ପାଇଁ ଦାବି କରାଯାଉଥିଲେ ମଧ୍ୟ ତାହା ଏଯାଏଁ ହୋଇନାହିଁ । ଏହାସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବାଣ୍ଟୁଛନ୍ତି ଅଙ୍ଗନବାଡି କର୍ମୀ ଓ ସହାୟିକା । ଏହି ଯୋଜନାରେ ଅଙ୍ଗନବାଡି କର୍ମୀ ଓ ସହାୟିକା ନାହାନ୍ତି ।

ତେଣୁ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ସହ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ଦାବି ହୋଇଛି । ଯୋଗ୍ୟ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ଯୋଗ୍ୟତା ଭିତ୍ତିରେ ପଦୋନ୍ନତି ପ୍ରଦାନ କରାଯାଉ । ସେହିପରି ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ଗ୍ରୀଷ୍ମକାଳୀନ ଛୁଟି ପ୍ରଦାନ କରିବା ଲାଗି ଦାବି ହୋଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି । ହେଲେ ଏହାକୁ ବିଭାଗ କାର୍ଯ୍ୟକାରୀ କରୁନାହିଁ ବୋଲି ଅଭିଯୋଗ ହୋଇଛି । ଅଭିଯୋଗର ଜବାବ ରଖିଛନ୍ତି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details