ଭୁବେନଶ୍ବର:ଅଙ୍ଗନବାଡ଼ି କର୍ମୀ ଓ ସହାୟକଙ୍କ ପାଇଁ ଅବସରକାଳୀନ ଭତ୍ତା ବୄଦ୍ଧି କରିଛନ୍ତି ରାଜ୍ୟ ସରକାର । ତେବେ ଏହାକୁ ନେଇ ସନ୍ତୁଷ୍ଟ ହୋଇପାରି ନାହାନ୍ତି ଅଙ୍ଗନବାଡ଼ି କର୍ମୀ, ସହାୟିକା । ସହାୟିକା ଓ ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦୀର୍ଘ ଦିନର ନ୍ୟାୟ ସଙ୍ଗତ ଦାବି ଭତ୍ତା ବୄଦ୍ଧି ଘୋଷଣା ନକରି ଅବସର ଦେୟ ଦ୍ବିଗୁଣିତ କରିବା ଉପହାସ ଛଡା ଆଉ କିଛି ନୁହେଁ ବୋଲି କହିଛି ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ।
ସେପଟେ ଚିକିତ୍ସା(Sick Leave) ପାଇଁ ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଏହାକୁ ସ୍ବାଗତ କରିଛନ୍ତି ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ । ତେବେ ଅନ୍ୟାନ୍ୟ ଦାବି ଗୁଡ଼ିକ ସମାଧାନ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ରହିଥିବା ସଂଘ ଅଭିଯୋଗ ।