ଓଡିଶା

odisha

By

Published : May 21, 2021, 5:12 PM IST

Updated : May 21, 2021, 6:23 PM IST

ETV Bharat / city

ଓଡିଶାକୁ ଆଶ୍ବସ୍ତି, କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଅସିଦ୍ଧ

ପଡୋଶୀ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ହାଇକୋର୍ଟରୁ ମିଳିଛି ଝଟକା । କୋଟିଆରେ ହୋଇଥିବା ପଞ୍ଚାୟତ ଓ ଜିଲ୍ଲାପରିଷଦ ନିର୍ବାଚନକୁ ଆସିଦ୍ଧ କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ଅଧିକ ପଢନ୍ତୁ...

ଓଡିଶାକୁ ଆଶ୍ୱସ୍ତି, କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଅସିଦ୍ଧ
ଓଡିଶାକୁ ଆଶ୍ୱସ୍ତି, କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଅସିଦ୍ଧ

ହାଇଦ୍ରାବାଦ:କୋଟିଆ ମାମଲାରେ ଓଡିଶାକୁ ଆଶ୍ବସ୍ତି । ପଡୋଶୀ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ହାଇକୋର୍ଟରୁ ମିଳିଛି ଝଟକା । କୋଟିଆରେ ହୋଇଥିବା ପଞ୍ଚାୟତ ଓ ଜିଲ୍ଲାପରିଷଦ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ନିର୍ବାଚନରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା କହିଛନ୍ତି କୋର୍ଟ । କିନ୍ତୁ ପୁଣି ଥରେ ନିୟମାନୁସାରେ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ । କୋଟିଆରେ ଆନ୍ଧ୍ର ପକ୍ଷରୁ ହୋଇଥିବା ନିର୍ବାଚନ ଅସିଦ୍ଧ ଘୋଷଣା ହୋଇଛି । ପୁନର୍ବାର ନିର୍ବାଚନ ତାରିଖ ଘୋଷଣା ହେବ ଏବଂ ଭୋଟିଂ ପୂର୍ବରୁ 4 ସପ୍ତାହ ଆଦର୍ଶ ଆଚରଣ ବିଧି ଲାଗୁହେବ ବୋଲି କହିଛନ୍ତି ହାଇକୋର୍ଟ ।

ନିର୍ବାଚନ ଅସିଦ୍ଧ ହେବା ପରେ ପୁଣି ସାନି ନିର୍ବାଚନ ପାଇଁ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ହାଇକୋର୍ଟ । ତେବେ ପୁନର୍ବାର ପଞ୍ଚାୟତ ନିର୍ବାଚନ ପୂର୍ବରୁ 4 ସପ୍ତାହ ଆଚରଣ ବିଧି ଲାଗୁ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 21, 2021, 6:23 PM IST

ABOUT THE AUTHOR

...view details