ଭୁବନେଶ୍ବର:ଆମାନିଆଆନ୍ଧ୍ରପ୍ରଦେଶ ଉପରେ ଲାଗିଲା ଅଙ୍କୁଶ । କୋଟିଆରେ ପୁଣି ନିର୍ବାଚନ ପୂର୍ବରୁ ଲାଗିଲା ଝଟକା । ସୁପ୍ରିମକୋର୍ଟରେ ଓଡିଶାର କୋଟିଆରେ ପଞ୍ଚାୟତ ନିର୍ବାଚନ ମାମଲା ବିଚାରାଧିନ ଥିବା ମଧ୍ୟରେ ବ୍ୟାକଫୁଟକୁ ଆସିଛି ଆନ୍ଧ୍ରପ୍ରଦେଶ । ଜିଲ୍ଲାପରିଷଦ ଓ ପଞ୍ଚାୟତ ସମିତି ନିର୍ବାଚନକୁ ସ୍ଥଗିତ କରିଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ।
ଟିଡିପିର ଆବେଦନ ଉପରେ ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇନଥିବାରୁ ନିର୍ବାଚନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ କୋର୍ଟଙ୍କ ନିର୍ଦ୍ଦେଶ ପରେ କୋଟିଆରେ ମଧ୍ୟ ବନ୍ଦ ରହିବ ଆନ୍ଧ୍ରପ୍ରଦେଶର ନିର୍ବାଚନ ।
ଏପଟେ ଆନ୍ଧ୍ର ସୀମାକୁ ଲାଗିଥିବା କୋଟିଆକୁ ନେଇ କଠୋର ହୋଇଛି ଓଡିଶା । ପୁନର୍ବାର କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆନ୍ଧ୍ରପ୍ରଦେଶର ବିରୋଧରେ ରିଟ ପିଟିସନ କରିବାକୁ ଓଡିଶା ସରକାର ସୋମବାର ଏଓଆର ଶିବଶଙ୍କର ମିଶ୍ରଙ୍କୁ ଦେଇଥିଲେ ନିର୍ଦ୍ଦେଶ ।
ନିକଟରେ ଆନ୍ଧ୍ରପ୍ରଦେଶରେ ହୋଇଥିଲା ସରପଞ୍ଚ ନିର୍ବାଚନ । ଗତ କିଛିଦିନ ପୂର୍ବେ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ଫାଟୁସିନେରୀରେ ଆନ୍ଧ୍ରପ୍ରଦେଶ ସରକାର ଫାଟୁସିନେରୀକୁ ଏକ ପଞ୍ଚାୟତର ମାନ୍ୟତା ଦେଇ ପଞ୍ଚାୟତ ନିର୍ବାଚନ କରିବା ସହ ତଳ ଗଞ୍ଜେଇପଦର ଓ ଫଗୁଣସିନେରୀ ଗାଁକୁ ମଧ୍ୟ ପଞ୍ଚାୟତ ଭାବେ ପରିଗଣିତ କରି ସେଠାରେ ବିନା ପ୍ରତିଦ୍ବନ୍ଦ୍ବୀରେ ସରପଞ୍ଚ ଚୟନ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ