ଭୁବନେଶ୍ବର: ଓଡିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ବିବାଦର ହେବ ସମାଧାନ । ଏଥର ଅଧିକାରୀ, ମନ୍ତ୍ରୀ ନୁହେଁ, ସିଧାସଳଖ ଆଲୋଚନା ଟେବୁଲକୁ ଆସିବେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ । ବିବାଦର ସମାଧାନ ପାଇଁ ଓଡ଼ିଶା ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ ଜଗନ ।
ତେବେ ଏହି ଆଲୋଚନା ନବୀନ ନିବାସ କିମ୍ବା ଲୋକସେବା ଭବନରେ ହେବ ତାହା ସ୍ପଷ୍ଟ ହୋଇନାହିଁ । ଓଡ଼ିଶା-ଆନ୍ଧ୍ର ସୀମା ବିବାଦ, ପୋଲାଭରମ ଏବଂ ବଂଶଧାରା ପ୍ରକଳ୍ପ ପ୍ରସଙ୍ଗରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ ।