ଭୁବନେଶ୍ବର: ରାଜଧାନୀରେ ଥିବା ଆନ୍ଧ୍ର କଲଚରାଲ ଆସୋସିଏସନ ନିଜକ 63 ତମ ବାର୍ଷିକ ଉତ୍ସବ ପାଳନ କରିଛି । ଏହି ଅବସରରେ ଅନୁଷ୍ଠାନପକ୍ଷରୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ସ୍ଥାନୀୟ ଇଡିକଲ ଭବନଠାରେ ଆୟୋଜିତ ଉତ୍ସବରେ ଆନ୍ଧ୍ର ସାଂସ୍କୃତିକ ସଂଗଠନ ବ୍ୟତୀତ ଅନ୍ୟାନ୍ୟ ଭାଷାଭାଷୀ ଯଥା ତେଲୁଗୁ, କେରଳୀ, ପଞ୍ଜାବୀ, ମାଲୟଲୀ ଆଦି ସଙ୍ଗଠନପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଆନ୍ଧ୍ର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା ଏହି ଅବସରରେ ରାଜ୍ୟପାଳ ହରିଚନ୍ଦନ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ କେ ଭାସ୍କର ରାଓ, କ୍ରୀଡ଼ାବିତ ଦୂତିଚାନ୍ଦଙ୍କୁ ସମ୍ମାନିତ କରିଥିଲେ। ହରିଚନ୍ଦନ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ସହିତ ବର୍ତ୍ତମାନ ପରିସ୍ଥିତିରେ ପରିବେଶ ପ୍ରଦୂଷଣ ଉପରେ ଧ୍ୟାନ ଦେବା ସହିତ ଅର୍ଗାନିକ ଚାଷ ବିଷୟରେ ମତ ରଖିଥିଲେ। ଏଦିଗରେ ଆନ୍ଧ୍ର ପ୍ରଦେଶରେ କିଛିଟା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବାବେଳେ ସମଗ୍ର ବିଶ୍ବ ଏନେଇ ଭାବିବା ଉପରେ ସମୟ ଆସିଥିବା ସେ କହିଛନ୍ତି। ସେହିପରି ଆନ୍ଧ୍ର ଓ ଓଡିଶା ଦୁଇ ପଡୋଶୀ ଅଟନ୍ତି । ସେ ସେଠାକାର ରାଜ୍ୟପାଳ ହୋଇଥିବାରୁ ବହୁତ ଖୁସି ଅଟନ୍ତି। ଉଭୟ ଭାରତ ମାତାର ସନ୍ତାନ ହୋଇଥିବାବେଳେ ଆନ୍ଧ୍ର ଓଡିଶା ମଧ୍ୟରେ ସାହିତ୍ୟିକ, ସାଂସ୍କୃତିକ ସମ୍ପର୍କର ପ୍ରତିବଦଳ ଦିଗରେ ସେ କାର୍ଯ୍ୟକରୁଛି । ଯାହାଦ୍ବାରା ସମ୍ପର୍କ ଆହୁରି ନିବିଡ଼ ହୋଇ ପାରିବ ବୋଲି ସେ କହିଛନ୍ତି।
ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପୂର୍ବତନ ପ୍ରଶାସକ ତଥା ଆୟୋଜକ କମିଟିର ଅଧ୍ୟକ୍ଷ ଟି ରାମଚଣ୍ଡରୁ ଓ ଅନ୍ୟମାନେ ଯୋଗଦେଇ ଆନ୍ଧ୍ର ଓ ଓଡ଼ିଶାର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ