ଭୁବନେଶ୍ବର:ଲିଙ୍ଗରାଜ ମନ୍ଦିର ନିକଟରେ ମାଟି ତଳୁ ବାହାରିଲା ମନ୍ଦିର ଭଳି ଭଗ୍ନାବଶେଷ । ଶୁକସାରୀ ମନ୍ଦିର ନିକଟରେ ଖୋଦେଇ ବେଳେ ଏହି ମନ୍ଦିରର ଭଗ୍ନାବଶେଷ ମିଳିଛି ।
ଭୁବନେଶ୍ୱରକୁ ମନ୍ଦିର ମାଳିନୀ କୁହାଯାଉଥିବା ବେଳେ ଗୁରୁବାର ମାଟି ଖୋଳୁ ଖୋଳୁ ଆଉ ଏକ ମନ୍ଦିର ଭଳି ଭଗ୍ନାବଶେଷ ଦୃଷ୍ଟିଗୋଚର ହୋଇଛି ।
ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ଚାରିପାଖେ ମାଟିଖୋଳା ଚାଲିଛି । ଏବେସୁଦ୍ଧା ୧୨ଫୁଟ୍ ଗଭୀର ଖୋଳା ସରିଲାଣି । ଏହା କେତେ ବର୍ଷ ପୁରୁଣା ମନ୍ଦିର ଏବଂ ଏଠାରେ କେଉଁ ଦେବାଦେବୀ ପୂଜା ପାଉଥିଲେ ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅନୁଧ୍ୟାନ କରୁଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ